ଏମ୍ସରୁ ବାହାରି ଇଣ୍ଡିଆ ଗେଟ୍ ବୁଲିଲା ଜଗା : ସେପଟେ ବଳିଆର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି

51

କନକ ବ୍ୟୁରୋ : ଦିଲ୍ଲୀରୁ ଆସିଲା ଭଲ ଖବର । ଏମ୍ସରୁ ବାହାରି ଇଣ୍ଡିଆ ଗେଟ୍ ବୁଲିଲା ଜଗା । ବାପା-ମାଆଙ୍କ ସହ ଜଗା ଇଣ୍ଡିଆ ଗେଟ୍ରେ ବୁଲୁଥିବାର ଚିତ୍ର ସମ୍ନାକୁ ଆସିଛି । ମାଆଙ୍କ ହାତ ଧରି ଜଗା ଚାଲୁଥିବା ଦେଖିବାକୁ ମିଳିଛି । ବଳିଆର ସ୍ୱାସ୍ଥ୍ୟବସ୍ଥାରେ ବ୍ୟାପକ ଉନ୍ନତି ପରିଲଖିତ ହୋଇଛି । ବଳିଆକୁ ନାକ ପଟେ ପାଇପ୍ ଯୋଗେ ଦିଆଯାଉଥିବା ଖାଦ୍ୟ ପ୍ରକ୍ରିୟା ବନ୍ଦ କରାଯାଇ ଅର୍ଦ୍ଧତରଳ ଖାଦ୍ୟ ଖାଇବାକୁ ଦିଆଯାଉଥିବା ଜଣାପଡିଛି । କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମସରେ ଅପରେସନ ପରେ ଉଭୟ ବାହାରକୁ ବାହାରି ନଥିଲେ । ତେବେ ସୁସ୍ଥ ହେବା ପରେ ପ୍ରଥମ ଥର ପାଇଁ ବାହାରକୁ ବାହାରିଛି ଜଗା । ସେପଟେ କାଳିଆର ସ୍ବାସ୍ଥ୍ୟରେ ସୁଧାର ଆସିଥିଲେ ମଧ୍ୟ ତା ଦେହରେ ଜ୍ବର ରହୁଛି ।

https://www.prameyanews7.com

କନ୍ଧମାଳ ଫିରିଙ୍ଗିଆ ବ୍ଲକର ଯୋଡା ମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଅସ୍ତ୍ରୋପଚାର ପରେ ଅଲଗା କରାଯାଇଛି । ରାଜ୍ୟ ସରକାରଙ୍କ ସହଯୋଗରେ ଦିଲ୍ଲୀର ଏମ୍ସରେ ୨ ଥର ବିରଳ ଅସ୍ତ୍ରୋପଚାର କରାଯାଇ ଦୁଇ ଭାଇଙ୍କୁ ଅଲଗା କରାଯାଇଛି । ଏବେ ବି ଦିଲ୍ଲୀ ଏମ୍ସ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ତତ୍ୱାବଧନାରେ ରହିଛନ୍ତି ଜଗା ବଳିଆ ।