ଶିମିଳିପାଳରେ ହାତୀ ହତ୍ୟା ପରେ ମହାବଳକୁ ମାରି ଅଙ୍ଗ ବିକ୍ରି କରିବାକୁ ଉଦ୍ୟମ, ଗ୍ରାହକ ସାଜି ମାଡି ବସିଲା ଏସଟିଏଫ ।

118

କନକ ବ୍ୟୁରୋ: ଶିକାରୀଙ୍କ କବ୍ଜାରେ ଶିମିଳିପାଳ ।  ହାତୀ ପରେ ଶିମିଳିପାଳ ଜାତୀୟ ଉଦ୍ୟାନରେ ମହାବଳ ବାଘର ଚମଡା ଜବତ ହୋଇଛି । ଗ୍ରାହକ ସାଦି ଶିକାରୀକୁ ଧରିଛି ଏସଟିଏଫ । ଅଭୟାରଣ୍ୟ ଭିତରେ ଶୀକାରୀ ଦନ୍ତା ହାତୀକୁ ମାରି ଦାନ୍ତ ନେଇଯିବା ପରେ ଘଟଣାକୁ ଲୁଚାଇବାକୁ ଯାଇ ଗିରଫ ହୋଇଛନ୍ତି ତିନି ବନ କର୍ମଚାରୀ । ହାତୀର ମୃତଦେହକୁ ପୋଡ଼ି ତାକୁ ନଦୀରେ ଭସାଇବା ଅଭିଯୋଗରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଏହାପରେ ବନବିଭାଗର କାଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏ ହେଉଛି ଶିମିଳିପାଳ ଜାତୀୟ ଉଦ୍ୟାନଉ ଜବତ ମହାବଳ ବାଘର ଚମଡ଼ା । ୫ ଲକ୍ଷ ଟଙ୍କାରେ ଶୀକାରୀ ଫାଗୁ ହାଁସଦା ଏହାକୁ ବିକ୍ରୀ କରିବାକୁ ଡିଲ କରୁଥିବା ବେଳେ ଗ୍ରାହକ ସାଜି ଧରିଛି ଏସଟିଏଫ୍ । ତେବେ ଚଢାଉ ବେଳେ ଅନ୍ୟ ଦୁଇ ଶୀକାରୀ ଫେରାର ହୋଇଯାଇଥିବା ଜଣା ପଡ଼ିଛି । ରାଜ୍ୟରେ ମହାବଳ ବାଘଙ୍କ ସଂଖ୍ୟା ଉଦବେଗଜନକ ଭାବେ କମୁଥିବା ବେଳେ ବଣ୍ୟପ୍ରାଣୀଙ୍କ ପାଇଁ ସବୁଠାରୁ ସୁରକ୍ଷିତ କୁହାଯାଉଥିବା ଶିମିଳିପାଳ ବ୍ୟାଘ୍ର ଉଦ୍ୟାନରେ ମହାବଳ ବାଘକୁ ହତ୍ୟାକ ରି ତାର ଛାଲ, ନଖ ଓ ଦାନ୍ତ ବିକ୍ରୀ କରାଯାଉଥିବା ଖବର ଏବେ ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନଚିହ୍ନ ଛିଡ଼ା କରିଛି ।

ସେପଟେ ଅଭୟାରଣ୍ୟ ଭିତରେ ଶୀକାରୀ ଦନ୍ତା ହାତୀକୁ ମାରି ଦାନ୍ତ ନେଇଯିବା ପରେ ଘଟଣାକୁ ଲୁଚାଇବାକୁ ଯାଇ ଗିରଫ ହୋଇଛନ୍ତି ତିନି ବନ କର୍ମଚାରୀ । ହାତୀର ମୃତଦେହକୁ ପୋଡ଼ି ତାକୁ ନଦୀରେ ଭସାଇବା ଅଭିଯୋଗରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଆଉ ସବଉାଂରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଘଟଣାକୁ ଲୋକଲୋଚନକୁ ଆଣିଥିବା ଅସ୍ଥାୟୀ ବନମିତ୍ର କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଅଭିଯୁକ୍ତ ବନ କର୍ମଚାରୀଙ୍କ ଧମକ ପରେ ସେ ଏପରି ଉଦ୍ୟମ କରିଥିବା ଜଣାପଡ଼ିଛି ।

ରାଜ୍ୟରେ ହାତୀ ହତ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ହାଇକୋର୍ଟ । ଶିମିଳିପାଳ ହାତୀ ହତ୍ୟା ଘଟଣା ପଦାକୁ ଆସିବା ପରେ ଜରୁରୀ କାଳୀନ ଶୁଣାଣି କରି ହାଇକୋର୍ଟ କହିଛନ୍ତି

– ୨୦୨୨ ରାଜ୍ୟରେ ହାତୀଙ୍କ ପାଇଁ ସବୁଠାରୁ ଖରାପ ସମୟ

– ଚଳିତବର୍ଷ ରାଜ୍ୟରେ ୬୨ ହାତୀ ମୃତୁବରଣ କରିଛନ୍ତି

– ରାଜ୍ୟ ସରକାର ଗଠନ କରିଥିବା ଜଏଂଟ ଟାସ୍କ ହାତୀ ମୃତ୍ୟୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ

– ଅପରାଧୀଙ୍କ ବିରୋଧରେ ମାମଲା କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ବନ୍ୟଜନ୍ତୁଙ୍କୁ ହତ୍ୟା କରି ଅଙ୍ଗପ୍ରତ୍ୟଙ୍ଗ ବିକିବା ପାଇଁ ଉଦ୍ୟମ ହେଉଥିବା ଖବର ପ୍ରାୟ ପ୍ରତ୍ୟେକ ଦିନ ଆସୁଥିବା ବେଳେ ବନବିଭାଗର ପାରିବା ପଣିଆକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି । ବାଘ ଚମଡ଼ା ଓ ହାତୀ ଦାନ୍ତ ବିକ୍ରୀ ଘଟଣାରେ କ୍ରାଇମବ୍ରାଂଚ ବାରମ୍ଭାର ଚଢାଉ କରି ଜବତ ଓ ଗିରଫ କରୁଥିବା ବେଳେ ବନବିଭାଗ କେମିତି କିଛି ଟେର ପାଉନି ତାହା ସନ୍ଦେହକୁ ଆହୁରି ବଢାଉଛି ।