ସିବିଆଇ ହାଜତରେ ଅଭିଯୁକ୍ତର ମୃତ୍ୟୁ, ସିବିଆଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁକଲେ ପଶ୍ଚିମବଙ୍ଗ ସରକାର

124

କନକ ବ୍ୟୁରୋ :  ବିଜେପି-ଟିଏମସି ବିବାଦ ଧିରେ ଧିରେ କେନ୍ଦ୍ର ଓ ରାଜ୍ୟ ତଦନ୍ତକାରୀ ସଂସ୍ଥା ମଧ୍ୟରେ ହେଉଥିବା ଦେଖିବାକୁ ମିଳିଛି । ନିକଟ ଅତିତରେ ପଶ୍ଚିମବଙ୍ଗରେ ବିରଭୁମ ଅଂଚଳରେ ହୋଇଥିବା ହିଂସାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଏବେ ସିବିଆଇ ହେପାଜତରେ ଥିବା ବେଳେ ତାଙ୍କର ମୃ୍ତ୍ୟୁ ହୋଇଛି । ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ସିବିଆଇ କହୁଥିବା ବେଳେ ମୃତ୍ୟୁକୁ ନେଇ ସିବିଆଇ  ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରିଛି ରାଜ୍ୟ ପୁଲିସ । ଏହି ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଲାଲୋନ ସେଖ୍ଙ୍କୁ ସିବିଆଇ ଚଳିତ ବର୍ଷ ଗିରଫ କରିଥିବା ବେଳେ ମଙ୍ଗଳବାର ସିବିଆଇ ହେପାଜତରେ ତାଙ୍କର ମୃତ୍ୟୁ ହୋଇଛି ।

ସିବିଆଇର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ସିବିଆଇକୁ କୋଲକତା ହାଇକୋର୍ଟରେ ଏହି ମାମଲର ସାମ୍ନାକୁ କରିବାକୁ ପଡିବ ।  ୮ ମାସ ପୂର୍ବରୁ ହୋଇଥିବା ଏହି ହିଂସାକାଣ୍ଡରେ ଜଣେ ମହିଳା ଓ ଶିଶୁଙ୍କ ସମେତ ମୋଟ ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।  ତେବେ ସିବିଆଇ ଗତ ଡିସେମ୍ବର ୪ ତାରିଖରେ ଅଭିଯୁକ୍ତ ଲାଲୋନ ସେଖ୍ଙ୍କୁ ଝାଡଖଣ୍ଡରୁ ଗିରଫ କରିଥିଲା । ହେଲେ ଲାଲୋନଙ୍କ ନା ହଟାଇବାକୁ ସିବିଆଇ ଅଫିସର ୫୦ ଲକ୍ଷ ଟଙ୍କା ଦାବି କରୁଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।