ଦୀପାବଳି ରାତିର ହତ୍ୟାକାଣ୍ଡକୁ ପୂରିଲା ୩୬ ଘଣ୍ଟା । ହତ୍ୟାକାରୀଙ୍କ ପାଖରେ ନ ପହଞ୍ଚି ଅନ୍ଧାରରେ ବାଡି ବୁଲାଉଛି ପୋଲିସ ।

775

କନକ ବ୍ୟୁରୋ : ଅମାବାସ୍ୟା ରାତିରେ ହୋଇଥିବା ହତ୍ୟାକାଣ୍ଡକୁ ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି । ହତ୍ୟାକାରୀ ପାଖରେ ପହଞ୍ଚିପାରୁନି ପୋଲିସ । ସବୁଠୁ ବଡ କଥା ହେଲା ସେଦିନ ରାତିରେ ୧୫ରୁ ୨୦ଜଣ ଯୁବକ ସଂଘବଦ୍ଧ ଆକ୍ରମଣ କରିଥିଲେ ମଧ୍ୟ ପୋଲିସ କାନରେ କିପରି ଖବର ପଡିନଥିଲା ତାହା ଏବେ ସନ୍ଦେହ ସୃଷ୍ଟି କରିଛି । ଏପରିକି ଏୟାର ଫିଲ୍ଡ ଥାନା ଠାରୁ ମାତ୍ର ଅଳ୍ପଦୂରରେ ଏହି ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ପୋଲିସ କିପରି ଜାଣିପାରିଲା ନାହିଁ ସେନେଇ ଉଠିଛି ପ୍ରଶ୍ନ ।

ଦୀପାବଳି ଅମାବାସ୍ୟା ରାତିରେ ହୋଇଥିବା ଜଘନ୍ୟ ହତ।।କାଣ୍ଡ ଉପରୁ ଏଯାଏଁ ପରଦା ହଟାଇପାରୁନି ପୋଲିସ । ଯାହାକି ପୋଲିସର ପାରିବାପଣିଆରେ ପ୍ରଶ୍ନଚିହ୍ନ ଲଗାଇଛି । ସେଦିନ ରାତିରେ ଏୟାରଫିଲ୍ଡ ଥାନା ଠାରୁ ମାତ୍ର ୩୦୦ମିଟର ଦୂରରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ କିପରି କିଛି ଜାଣିପାରିନଥିଲା ସେନେଇ ଉଠିଛି ପ୍ରଶ୍ନ ।

ଦୀପାବଳି ରାତିରେ ଏୟାରଫିଲ୍ଡ ଥାନା ପଛ ପଟେ ଏକାମ୍ର କଲେଜକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିକଟରେ ଘଟିଥିଲା ଏହି ହତ୍ୟାକାଣ୍ଡ । ସ୍ଥାନୀୟ ଯୁବକଙ୍କ ସହ ପାଟିତୁଣ୍ଡ ପରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ । ତେବେ ପୋଲିସ ଥାନାର ଅତି ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିଲେ ବି ପୋଲିସ କିପରି କିଛି ଜାଣିପାରିଲା ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଏହି ସ୍ଥାନରେ ଅମରେଶ ନାୟକ ତାଙ୍କ ବନ୍ଧୁମାନଙ୍କ ସହ ଭୋଜି କରି ବାଣ ଫୁଟାଉଥିଲେ । ଏହି ସମୟରେ ସେମାନଙ୍କ ସହ ସ୍ଥାନୀୟ ଯୁବକଙ୍କର ବଚସା ହୋଇଥିଲା । ଏହାପରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ବି ହୋଇଥିଲା । ତେବେ ଏହାର କିଛି ସମୟ ପରେ ସ୍ଥାନୀୟ ଯୁବକମାନେ ଅମରେଶଙ୍କ ଉପରେ ପୁଣି ଥରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏବଂ ରାସ୍ତା ଉପରେ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି ।

୧୫-୨୦ ଜଣ ବ୍ୟକ୍ତି ଜଣେ ଲୋକଙ୍କୁ ଗୋଡାଇ ଗୋଡାଇ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ହେଲେ ନା ଥିଲା ପୋଲିସର ପାଟ୍ରୋଲିଂ ନା କଂଟ୍ରୋଲ ରୁମ ପାଖରେ ଖବର । ପୋଲିସ ଆଖିରେ ଧୁଳି ଦେଇ ହତ୍ୟା କରିବା ପରେ ଖସିଯାଇଥିଲେ ହତ୍ୟାକାରୀ । ଆଉ ଏହି ଘଟଣାକୁ ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ ପୋଲିସ ।