ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ପରେ ଜରିମାନା ଦେଇ ଖସିଗଲେ ବାବା: ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି ହେଲେ ପୀଡ଼ିତା

180

କନକ ବ୍ୟୁରୋ: ମୟୁରଭଂଜରେ ଲଜ୍ଜା । ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଭିନ୍ନକ୍ଷମ ଯୁବତୀଙ୍କୁ ସେହି ଗାଁର ଜଣେ ବାବା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପିଡ଼ିତା ଜଣଙ୍କ ଗୁରୁତର ଅବସ୍ଥାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି । ଘଟଣାକୁ ଚପାଇଦେବା ପାଇଁ ଗାଁରେ ଏକ ବୈଠକ କରାଯାଇ ୯୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନସ୍ପତି ହୋଇଥିଲା । ତେବେ ପିଡ଼ିତା ପରିବାର ଲୋକେ ନ୍ୟାୟ ପାଇଁ ନିବେଦନ କରିଛନ୍ତି ।

୨୦ ତାରିଖ ଦିନ ଗାଁରେ ମାଘ ପୂଜା ପାଇଁ ବୈଠକ ଚାଲିଥିବା ବେଳେ ସେହି ଗାଁର ଜଠାରାମ ମୁର୍ମୁ ଓରଫ ଜଠାବାବା ସମ୍ପୃକ୍ତ ଭିନ୍ନକ୍ଷମ ନାବାଳିକଙ୍କ ଘରେ ପଶି ଅସଦାଚାରଣ କରିଥିବା ନାବାଳିକାଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣା ପରେ ଗାଁ ବୈଠକ କରାଯାଇ ପୋଲିସ ନିକଟରେ ଅଭିଯୋଗ ନକରିବାକୁ କୁହାଯାଇଥିଲା । ତାଙ୍କୁ ୩ ହଜାର ଟଙ୍କା ଦେଇ ଡ଼ାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି ।