୫ ବର୍ଷ ଡେଟିଙ୍ଗ ପରେ ବିବାହ କରିଥିଲେ । ଖୁସିର ଦିନକୁ ମନେ ପକାଇଲେ ମଲାଇକା ।

350

କନକ ବ୍ୟୁରୋ: ଅଭିନେତ୍ରୀ ମଲାଇକା ଅରୋରା ଖାନ୍ ଯଦିଓ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି କିନ୍ତୁ ଏପରି ବି ସମୟ ଥିଲା ଯେତେବେଳେ ଦୁହିଁଙ୍କ ପ୍ରେମ କାହାଣୀ ଖୁବ ଚର୍ଚ୍ଚାରେ ଥିଲା । ସାରା ଜୀବନ ଏକାଠି ରହିବାକୁ ପରସ୍ପରକୁ ପ୍ରତିଶ୍ରୁତି ଦେଇ ବିବାହ କରିଥିଲେ । ହେଲେ ତିଷ୍ଠିପାରିଲାନି ଏହି ବିବାହ ।

ମଲାଇକା ଓ ଅରବାଜ ଖାନଙ୍କ ଭେଟ ଏକ ଫଟୋସୁଟ ସେଟରେ ହୋଇଥିଲା । ସେ ସମୟରେ ଅରବାଜ ଖାନ୍ ମଧ୍ୟ ଇଣ୍ଡଷ୍ଟ୍ରିରେ ନବାଗତ ଥିଲେ । ଏହି ସେଟରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥିଲା । ଦୁହେଁ ଦୀର୍ଘ ୫ ବର୍ଷ କାଳ ଡେଟିଂରେ ଥିଲେ । ଏବଂ ପରେ ସାରା ଜୀବନ ଅରବାଜଙ୍କ ସହ ବିତାଇବକୁ ନିଷ୍ପତ୍ତି ନେଲେ ମଲାଇକା । ନିଜ ଆଡୁ ବିବାହ ପାଇଁ ଅରବାଜଙ୍କୁ ପ୍ରସ୍ତାବ ଦେଇଥିବା କଥା ଏକ ସାକ୍ଷାତକାରରେ କହିଛନ୍ତି ମଲାଇକା । ଏହି ପ୍ରସ୍ତାବକୁ ତୁରନ୍ତ ଗ୍ରହଣ କରିନେଇଥିଲେ ଅରବାଜ । ୧୯୯୮ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହାପରେ ତାଙ୍କ ଜୀବନରେ ଖୁସିର ଫୁଆର ଆଣି ଆସିଥିଲା ପୁଅ ଅରହାନ୍ । ଖୁବ ଖୁସିରେ କିଛି ବର୍ଷ ବିତାଇଲେ ଅରବାଜ ଓ ମଲାଇକା । ହେଲେ ଏହି ଖୁସି ଅଧିକ ଦିନ ତିଷ୍ଠି ପାରିନଥିଲା ।

୨୦୧୫ ଠାରୁ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଅରବାଜ ଖାନ୍ ନାଁରେ ଏକାଧିକ ବିବାଦ ମୁଣ୍ଡ ଟେକିଥିଲା । ଫଳରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଥିଲା ।ଏହାପରେ ୨୦୧୭ରେ ମଲାଇକା ଓ ଅରବାଜଙ୍କ ସମ୍ପର୍କ ସବୁଦିନ ପାଇଁ ଶେଷ ହୋଇଯାଇଥିଲା । ଏହି ଖବର କେବଳ ତାଙ୍କ ପରିବାର ଲୋକଙ୍କୁ ହିଁ ନୁହେଁ ବରଂ ଦୁହିଁଙ୍କ ଫ୍ୟାନ୍ସଙ୍କୁ ଗଭୀର ଆଘାତ ଦେଇଥିଲା । ଆଜିକା ସମୟରେ ମଲାଇକା ଅର୍ଜୁନ କପୁରଙ୍କ ସହ ଡେଟିଂରେ ଥିବାବେଳେ ଅରବାଜ ଜଣେ ବିଦେଶିନୀ ମଡେଲଙ୍କ ସହ ଡେଟିଂରେ ଅଛନ୍ତି ।