୭୫ ପ୍ରତିଶତ ପାନ୍ ସହିତ ସଂଯୋଗ ହୋଇନି ଆଧାର : ସରକାରଙ୍କ ତଥ୍ୟ

24

ଜୁଲାଇ ୧୭ ସୁଦ୍ଧା ମାତ୍ର ୨୫% ଟିକସଦାତା ସେମାନଙ୍କ ପାନ୍‌ କାର୍ଡ ସହିତ ଆଧାର ସଂଯୋଗ କରିଛନ୍ତି । ଏ ପର୍ଯ୍ୟନ୍ତ ୭୫% ପାନ୍‌ କାର୍ଡଧାରୀ ଆଧାର ସଂଯୋଗ କରିନାହାନ୍ତି । ସଂସଦରେ ସରକାର ଏହି ତଥ୍ୟ ରଖିଛନ୍ତି ।ଦେଶରେ ୩୨.୪୧ କୋଟି ପାନ୍‌ କାର୍ଡ ଜାରି କରାଯାଇଥିବା ବେଳେ ଜୁଲାଇ ୧୭ ସୁଦ୍ଧା ସେଥିରୁ ମାତ୍ର ୮.୧୯ କୋଟି ପାନ୍‌ କାର୍ଡ ସହିତ ଆଧାର ସଂଯୋଗ ହୋଇଛି ।

ଜଣେ ଲୋକଙ୍କ ନାମରେ ଏକାଧିକ ପାନ୍‌ କାର୍ଡ ଥିବା ଜଣାପଡ଼ିବା ପରେ ୧୧.୪୬ ଲକ୍ଷ ପାନ୍‌ କାର୍ଡକୁ ଅଚଳ କରାଯାଇଛି । ସେହିପରି ୧,୫୪୪ଟି ପାନ୍‌ କାର୍ଡ ଏଭଳି ବ୍ୟକ୍ତିଙ୍କ ନାମରେ ରହିିଥିଲା, ଯେଉଁ ନାମଧାରୀ କୌଣସି ବ୍ୟକ୍ତି ଏହି ଦୁନିଆରେ ହିଁ ନାହାନ୍ତି । ସେଗୁଡ଼ିକୁ ମଧ୍ୟ ଅଚଳ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜୁଲାଇ ୧ରୁ ପାନ୍‌ କାର୍ଡ ସହିତ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି ।