ଭାରତ-ପାକ୍ ୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି : ବିଜୟ ଦିବସ ଅବସରରେ ବିଜୟ ଜ୍ୟୋତି ଯାତ୍ରାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନ୍ୟାସନାଲ ୱାର ମେମୋରିଆଲରେ ସହିଦଙ୍କୁ ଦେବେ ଶ୍ରଦ୍ଧାଞ୍ଜଳି

140

କନକ ବ୍ୟୁରୋ : ୧୯୭୧ ଭାରତ-ପାକ୍ ଯୁଦ୍ଧକୁ ବିତିଛି ୫୦ ବର୍ଷ । ଏହା ସେହି ଯୁଦ୍ଧ ଥିଲା ଯେଉଁଥିଲେ ବିଶ୍ୱ ମାନଚିତ୍ରରେ ବାଲାଂଦେଶ ନାମକ ଏକ ଦେଶ ଜନ୍ମ ନେଇଥିଲା । ଏହି ଯୁଦ୍ଧରେ ପାକିସ୍ତାନକୁ ସବକ ଶିଖାଇଥିଲା ଭାରତ । ଯୁଦ୍ଧରେ ଶୋଚନୀୟ ପରାଜୟ ବରଣ କରିଥିଲା ଇସଲାମାବାଦ । ପାକିସ୍ତାନର ୯୩ ହଜାର ସୈନ୍ୟ ଭାରତ ଆଗରେ ଆତ୍ମସମର୍ପଣ କରିଥିଲେ । ଏହି ଯୁଦ୍ଧକୁ ପୂରିଛି ୫୦ ବର୍ଷ । ଏଥିପାଇଁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରାଯାଉଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀର ନ୍ୟାସନାଲ ୱାର ମୋମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ଏହା ସହ ସେ ୪ ସ୍ୱର୍ଣ୍ଣିମ ବିଜୟ ମଶାଲ ପ୍ରଜ୍ୱଳିତ କରିବେ । ଏହି ମଶାଲ ଦେଶର ବିଭିନ୍ନ ସ୍ଥାନ ପରିକ୍ରମା କରିବ । ୧୯୭୧ ଯୁଦ୍ଧ ପରେ ପରମବୀର ଚକ୍ର ଓ ମହାବୀର ଚକ୍ର ପାଇଥିବା ସୈନ୍ୟଙ୍କ ଗାଁକୁ ବି ଏହି ମଶାଲ ଶୋଭାଯାତ୍ରା ଯିବ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ଅନେକ ରେକର୍ଡର ମୁକସାକ୍ଷୀ ପାଲଟିଥିଲା । ଯୁଦ୍ଧ ହାରିବା ପରେ ପାକିସ୍ତାନର ୯୩ ହଜାର ସୈନ୍ୟ ଆତ୍ମସମର୍ପଣ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୌଣସି ଦେଶର ଏତେ ସଂଖ୍ୟକ ସୈନ୍ୟଙ୍କ ଆତ୍ମସମର୍ପଣ ବିରଳ ଥିଲା । ଯୁଦ୍ଧର ଆରମ୍ଭ ୩ ଡିସେମ୍ବର ୧୯୭୧ରେ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିଥିଲା । ଏହି ଯୁଦ୍ଧକୁ ଫଲ ଅଫ ଢାକା ବି କୁହାଯାଇଥାଏ ।