ପାହାଡି ଗାଁରେ ପହଞ୍ଚିଲା ମେଡିକାଲ ଦଳ: ୪ ଘଂଟା ଚାଲି ଚାଲି ଯାଇ ମାଓ ଇଲାକାରେ ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ ମେଡିକାଲ ଟିମ

ଘଂଚ ଜଙ୍ଗଲ ଓ ପାହାଡି ରାସ୍ତାକୁ ଅତିକ୍ରମ କରିବାକୁ ଚାଲିଲେ ୮ କିଲୋମିଟର

54

କନକ ବ୍ୟୁରୋ: ପାଦରେ ଚାଲି ଚାଲି ୪ ଘଂଟା ପରେ ମାଓ ଇଲାକାରେ ପହଂଚିଲେ । ଗାଁରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ବି ଯୋଗାଇଲେ । ୮ କିମି ର ପାହାଡି ରାସ୍ତାରେ ଅତିକ୍ରମ କରି ଗାଁରେ ପହଂଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି ମେଡିକାଲ ଟିମ୍ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାଓଦୁର୍ଗ ଦଣ୍ଡିପଦର ଠାରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଫେରିଛନ୍ତି ମାଥିଲିର ସ୍ୱତନ୍ତ୍ର ମେଡିକାଲ ଟିମ୍ । ମାଥିଲି ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ କରି ପାହାଡି ଗାଁରେ ସ୍ୱାସ୍ଥ୍ୟ କ୍ୟାମ୍ପ କରାଯାଇଛି । ଘଂଚ ଜଙ୍ଗଲ ଓ ପାହାଡି ରାସ୍ତାକୁ ଅତିକ୍ରମ କରି ଦଣ୍ଡିପଦରରେ ସ୍ୱାସ୍ଥ୍ୟ ସଚେତନ କରିଛନ୍ତି ।

ଲୋକଙ୍କ ବିଭିନ୍ନ ରୋଗର ପରୀକ୍ଷା କରି ଔଷଧ ଯୋଗାଇଛି ଟିମ୍ । ମ୍ୟାଲେରିଆ , ନିମୋନିଆ ଭଳି ବିଭିନ୍ନ ରୋଗ ସମ୍ପର୍କରେ ଲୋକଙ୍କୁ ପଚାରି ବୁଝି ରକ୍ତ ପରୀକ୍ଷା କରାଯାଇଛି । ଓଡିଶା–ଛତିଶଗଡ ର ମାଥିଲି ଅଂଚଳ ର ତୁଳସୀ ଓ ଦଣ୍ଡିପଦରର ମାଓଗଡ ଭାବେ ପରିଚିତ । କୈଣସି ଲୋକେ ମାଓଭୟ ଯୋଗୁ ତଳକୁ ଆସନ୍ତି ନାହିଁ । ପାହାଡ ଉପରେ ହିଁ ଭରସା କରି ରହି ଆସିଥାନ୍ତି ଲାଲଗଡର ନରୀହ ଆଦିବାସୀ । ତେବେ ସେମାନଙ୍କ ନିକଟକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଉଦ୍ୟମ ଅରମ୍ଭ କରି ମାଥିଲି ସ୍ୱାସ୍ଥ ଟିମ୍ । ଡାକ୍ତରଙ୍କ ସମେତ ସୁପରଭାଇଜର , ଆଶା ଏବଂ ଅଙ୍ଗନଓାଡି ଦିଦିମାନେ ମଧ୍ୟ ଏହି ଟିମ୍ ରେ ସାମିଲ ଥିଲେ ।