ବାପାଙ୍କ ରାସ୍ତାରେ ସମ୍ବଲପୁରର କୁନି ପୁଅ : ଲଣ୍ଡନରେ ଟିକା ପାଇଁ ମାନବ ପରୀକ୍ଷଣରେ ବାପା ପରେ ଭାଗ ନେଲେ ୫ ବର୍ଷର ପୁଅ; ସଂଗ୍ରହ ହେଲା ଆଂଟିବଡି

641

କନକ ବ୍ୟୁରୋ : ବାପାଙ୍କ ରାସ୍ତାରେ କୁନି ପୁଅ । ଦିନେ କୋଭିଡ଼ ଭ୍ୟାକ୍ସିନର ହ୍ୟୁମାନ ଟ୍ରାଏଲରେ ବାପା ସ୍ୱେଚ୍ଛାକୃତ ଭାବେ ଭାଗ ନେଇଥିଲେ । ଆଜି ପୁଅ ଦେହରୁ ସଂଗ୍ରହ ହୋଇଛି ଆଂଟିବଡ଼ି । ସୁଚନା ଅନୁସାରେ ସମ୍ବଲପୁର ଅଙ୍କନ ନାୟକ ବର୍ତମାନ ଲଣ୍ଡନରେ ରହୁଛନ୍ତି । ସେ କରୋନା ଟିକାର ହୁମାନ ଟ୍ରାଏଲରେ ଭାଗ ନେଇଥିଲେ ।

ତେବେ ବ୍ଲାକ ଆସୋସିଏସନ୍ସ ଆଣ୍ଡ ମାଇନରଟି ହିସାବରେ ତାଙ୍କ ପୁଅ ଆରହଣ ନାୟକ ମଧ୍ୟ ଆଗାମି ଦିନରେ ଛୋଟ ଛୁଆଙ୍କ ଟିକା ପାଇଁ ହୁମାନ ଟ୍ରାଏଲରେ ଭାଗନେବେ । ଫଳରେ ସାଢେ ୫ବର୍ଷ ବୟସର ଆହରଣଙ୍କ ଠାରୁ ସଂଗ୍ରହ ହୋଇଛି ଆଂଟିବଡ଼ି । ତେବେ ଏହି କ୍ଷେତ୍ରରେ ଆହରଣ ପ୍ରଥମ ଭାରତୀୟ ବୋଲି କୁହାଯାଉଛି ।