କନକ ବ୍ୟୁରୋ : କରୋନା ଗ୍ରାଫ୍ ଏବେ ଫ୍ଲାଟ ହୋଇ ରହିଛି । ୧୨ ହଜାରରୁ ଏବେ ୧୦ହଜାରରେ ରହିଛି ସଂକ୍ରମଣ । ଏନେଇ ସୁଚନା ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡ଼ାକ୍ତର ଲକ୍ଷ୍ମୀଧର ସାହୁ ।

Advertisment

ଗାଁରେ ସଂକ୍ରମଣ ବଢୁଛି । ସହରରୁ ଲୋକମାନେ ଗାଁକୁ ଯାଉଛନ୍ତି । ଗାଁ ଲୋକମାନେ କୋଭିଡ଼ ନୀୟମ ମାନୁନାହାନ୍ତି । ଲୁଚେଇ ଛପେଇ ଭୋଜିଭାତ କରୁଛନ୍ତି, ତେଣୁ ଗାଁରେ ସଂକ୍ରମଣ ବଢୁଛି । ୧୯ ତାରିଖ ସୁଧା ଯଦି ସଂକ୍ରମଣ ନିୟନ୍ତ୍ରଣକୁ ନଆସେ ତେବେ ସରକାର ଲକଡ଼ାଉନ୍ ବୃଦ୍ଧି କରିବାକୁ ନିଶ୍ଚିତ ବାଧ୍ୟ ହେବେ ବୋଲି କହିଛନ୍ତି ଡ଼ାକ୍ତର ଲକ୍ଷ୍ମୀଧର ସାହୁ । ତେଣୁ ଆତଙ୍କିତ ହୁଅନ୍ତୁ ନାହିଁ, ସରକାରଙ୍କ ଦ୍ୱାରା ହୋଇଥିବା କୋଭିଡ଼ ନିୟମ ମାନିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।