କନକ ବ୍ୟୁରୋ : କୋଭିଡ଼ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କୋରାପୁଟ ସୁନାବେଡ଼ା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ଼ କାରଖାନା । ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଜାରି କରିଛନ୍ତି ବାଙ୍ଗାଲୋରରେ ଥିବା ହାଲ କର୍ପୋରେଟ ଅଫିସ ।
କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କୋରାପୁଟ ସୁନାବେଡାର ହାଲ ସାମିୟକ ବନ୍ଦ ରଖିବାକୁ ନିଷ୍ପତ୍ତି : ଆସନ୍ତା ୧୫ରୁ ୨୩ ତାରିଖ ଯାଏ ରହିବ ବନ୍ଦ
/kanak/media/post_attachments/wp-content/uploads/2021/05/20-5.jpg)