ଜାମ୍ମୁ-କାଶ୍ମୀର କୁପୱାଡା କୈରନ ସେକ୍ଟରରେ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ସେନା ଗୁଳିରେ ୪ ଆତଙ୍କବାଦୀ ନିହତ

38

କନକ ବ୍ୟୁରୋ: ଜାମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାର କୈରନ ସେକ୍ଟରରେ ଆତଙ୍କବାଦୀଙ୍କ ବଡ ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଛି । ସେନାର ପ୍ରତିଜବାବରେ ବର୍ତମାନ ସୁଦ୍ଧା ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏବେ ବି କିଛି ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ଏବେ ବି ସେଠାରେ ସର୍ଚ ଅପରେସନ ଜାରି ରହିଛି ।
ସୂଚନା ଅନୁସାରେ, ଆଜି ଭୋରରୁ କୈରନ ସେକ୍ଟରରେ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ଏହା ପରେ ଅପରେସନ ଆରମ୍ଭ ହୋଇଥିଲା ।

ଆତଙ୍କବାଦୀମାନେ ସେନା ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ଆଉ ସେନାର କାର୍ଯ୍ୟାନୁଷ୍ଠାନରେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଗତ ଏକସପ୍ତାହ ମଧ୍ୟରେ କୈରନ ସେକ୍ଟରରେ ଏହା ହେଉଛି ତୃତୀୟ ବଡ ଘଟଣା । ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ରଙ୍କ କହିବା ଅନୁସାରେ, ଚଳିତବର୍ଷ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ହଜାରେରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିସାରିଲାଣି ।