ଚିକିତ୍ସା ଅବହେଳାରୁ ଗଲା ଗର୍ଭବତୀଙ୍କ ଜୀବନ । ସେପଟେ ଦୁର୍ଘଟଣାରେ ଶିକାର ହେଲେ ଦେଖିବାକୁ ଆସିଥିବା ଭାଇ, ଭଉଣୀ । ।

197

କନକ ବ୍ୟୁରୋ: କଥା ଅଛି ଦୁଃଖ ଯେତେବେଳେ ଆସେ ଏକା ସମୟରେ ଆସେ । ଆଉ ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ।ରେ ଗର୍ଭବତୀ ଭଉଣୀର ମୃତ୍ୟୁ ଖବର ଶୁଣି ଦେଖିବାକୁ ଆସିଥିବା ବେଳେ ଦୁର୍ଘଟଣାରେ ଭାଇର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଭଉଣୀ ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି । ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ଗଞ୍ଜାମ ଆସିକା ଉପଖଣ୍ଡ ମେଡିକାଲ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଚିକିତ୍ସାରେ ଅବହେଳାରୁ ସନ୍ଧ୍ୟା ବେହେରା ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଏପରିକି ମୃତ୍ୟୁ ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ବଡ଼ କଥା ହେଉଛି ମୃତ୍ୟୁ ଖବର ଶୁଣି ମେଡିକାଲ ଆସୁଥିବା ଦୁଇ ଭାଇ ଓ ଭଉଣୀ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣାର ୪୦ ବର୍ଷିୟ ଭାଇ ବାବୁଲା ବେହେରାଙ୍କର ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଅନହଳି ବେହେରା ଜୀବନ ସହ ସଂଘର୍ଷ କରୁଛନ୍ତି ।