ଏବେ ଏମିତି ଦେଖାଯାଉଛନ୍ତି ପପୁ ପମପମ୍ ! ହଠାତ୍ ଦେଖିଲେ ଆପଣ ବି ହୁଏତ ଚିହ୍ନିପାରିବେନି

160

କମେଡି କିଙ୍ଗ୍ ପପୁଙ୍କୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି । ସୋସିଆଲ ମିଡ଼ିଆରେ ପପୁ ପମପମଙ୍କ ମୃତ୍ୟୁ ହୋଇଛି ବୋଲି ଅପପ୍ରଚାର ହେଉଛି । ହେଲେ ଏକଥାକୁ ଖଣ୍ଡନ କରିଛନ୍ତି ପପୁ । ସେ କହିଛନ୍ତି ମୋ ନାଁରେ ସୋସିଆଲ ମିଡ଼ିଆରେ ଗୁଜବ ଖବର ପ୍ରଚାର କରାଯାଉଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପପୁ ପମପମ୍ । କହିଛନ୍ତିି ତାଙ୍କ ନାଁରେ କରାଯାଉଛି ମିଛ ପ୍ରଚାର କରାଯାଉଛି । ଯେତେ ପ୍ରଚାର କରିବେ ତାଙ୍କର ଆୟୁଷ ସେତେ ବଢ଼ିବ । ସେ କହିଛନ୍ତି ସେ ମାସିକ ରୁଟିନ୍ ଚେକ୍ଅପ୍ ପାଇଁ ଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ଯାଇଥିଲେ । ସେ ପ୍ରାନକ୍ରିୟାସ ସଂକ୍ରମଣ ଜନିତ ରୋଗରେ ପୀଡିତ ଅଛନ୍ତି । ସେଥିପାଇଁ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଛନ୍ତି । ତେବେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ।

papu

ଦିନ ଥିଲା କମେଡ଼ି କିଙ୍ଗ୍ ପପୁ ପମପମ୍ ତାଙ୍କ ନିଆରା ହାସ୍ୟରସାତ୍ମକ ଶୈଳୀ ଯୋଗୁଁ ଲୋକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିପାରିଥିଲେ । ତାଙ୍କ ଟେଲିଭିଜନ ସୋ’ ହେଉ କି ସିନେମା ଦେଖିବା ପାଇଁ ଦର୍ଶକ ଆଗ୍ରହ ସହକାରେ ଅପେକ୍ଷା କରୁଥିଲେ । ତାଙ୍କ କଥା ଶୁଣି ହସି ହସି ବେଦମ ହୋଇଯାଉଥିଲେ ଦର୍ଶକ । ହେଲେ ହଠାତ୍ ପପୁଙ୍କ ପାନକ୍ରିଆସରେ ସଂକ୍ରମଣ ଖବର ସାମ୍ନାକୁ ଆସିଲା । ରଜରେ ମୁକ୍ତିଲାଭ କରିଥିବା ଫିଲ୍ମ ଫୋର୍ ଇଡିଅଟସର ସୁଟିଂ ସେଟରେ ହିଁ ଅସୁସ୍ଥ ହୋଇ ପଡିଥିଲେ ପପୁ ପମପମ୍ ।

ପରଦାରେ ଦର୍ଶକଙ୍କୁ ହସାଉଥିବା ପପୁ ପାକନ୍ରିକିୟାଜ ରୋଗରେ ପୀଡ଼ିତ ଥିବା ଯୋଗୁଁ ମେଡ଼ିକାଲରେ ଆଡ଼ମିଟ୍ ହୋଇଥିଲେ । ପ୍ରଥମେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି ହୋଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ଏୟାର ଆମ୍ୱୁଲାନ୍ସ ଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ନିଆଯାଇଥିଲା । ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସିତ ହୋଇ ଘରକୁ ସୁସ୍ଥ ହୋଇ ଘରକୁ ଫେରିଲେ କମେଡି କିଙ୍ଗ୍ ପପୁ ପମପମ । ଦିଲ୍ଲୀ ଏମସରେ ଚିକିତ୍ସିତ ହୋଇ ଫେରିବା ପରେ ନିଜ ପ୍ରଥମ ଭିଡିଓ ଜାରି କରିଥିଲେ ହାସ୍ୟ ଅଭିନେତା ପପୁ । ଭିଡିଓରେ ପପୁ କହିଥିଲେ, ୨ ମାସ ଧରି ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଥିଲେ, ତାଙ୍କ ସୁସ୍ଥ ହେବା ସମ୍ଭବ ନୁହେଁ ବୋଲି ଡାକ୍ତର କହୁଥିଲେ । କିନ୍ତୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଲୋକଙ୍କ ଭଲପାଇବା ତାଙ୍କୁ ମୃତ୍ୟୁମୁଖରୁ ଫେରାଇଆଣିଛି । ତେବେ ଲୋକଙ୍କୁ ହସାଇ ହସାଇ ବେଦମ କରିଦେଉଥିବା ଓଲିଉଡର କମେଡି କିଙ୍ଗ ପପୁ ପମପମ ଭିଡ଼ିଓ ଜାରି କରିବା ପରେ ଫଟୋରୁ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡ଼ିଥିଲା। ବେଶ୍ ଦୁର୍ବଳ ହୋଇପଡିଛନ୍ତି ପପୁ । ଦିଲ୍ଲୀ ଏମ୍ସରେ ଦୁଇମାସର ଚିକିତ୍ସା ପରେ ଘରକୁ ଫେରିଥିଲେ ପପୁ ପମପମ୍ । ହେଲେ ହାସ୍ୟ ଅଭିନେତା ପପୁଙ୍କ ମୁହଁରେ ନଥିଲା ହସ । ବାରି ହୋଇପଡୁଥିଲା ଦୁଃଖ ଓ ଦୁର୍ବଳତା ।

ଏବେ ପୁଣି ଥରେ ପପୁ ଆଉ ଏକ ଭିଡ଼ିଓ ଜାରି କରିଛନ୍ତି । ତାଙ୍କ ନାଁରେ ହୋଇଥିବା ଅପପ୍ରଚାରକୁ ଖଣ୍ଡନ କରିଛନ୍ତି । ସୋସିଆଲ ମିଡ଼ିଆରେ ପପୁ ପମପମଙ୍କ ମୃତ୍ୟୁ ହୋଇଛି ବୋଲି ଅପପ୍ରଚାର ହେଉଛି । ସେ ଜାରି କରିଥିବା ଭିଡ଼ିଓରେ ତାଙ୍କୁ ଚେହେରାରୁ ସ୍ପଷ୍ଟ ବାରି ହେଉଛି କେତେ ଦୁର୍ବଳ ହୋଇପଡ଼ିଛନ୍ତି ପପୁ । କମେଡ଼ି କିଙ୍ଗଙ୍କ ମୁହଁରେ ଆଉ ପୂର୍ବପରି ବସ ନାହିଁ । ଆହୁରି ଦୁର୍ବଳ ହୋଇପଡ଼ିଛନ୍ତି ପପୁ । ତାଙ୍କ ଫଟୋ ଦେଖିଲେ ବୋଧହୁଏ ଆପଣ ହଠାତ ଚିହ୍ନିପାରିବେ ନାହିଁ । କିଛି ସମୟ ନୀରିକ୍ଷଣ କରିବା ପରେ ଯାଇ ତାଙ୍କୁ ଚିହ୍ୱିବା ସମ୍ଭବପର ହେଉଛି ।

ଓଲିଉଡ଼୍‍ର ଆଗଧାଡ଼ିର ଜଣେ କମେଡ଼ିଆନ୍‌ ହେଲେ ପପୁ ପମ୍‌ପମ୍‌ । ଏ ବର୍ଷ ତାଙ୍କର ‘ସୁ ନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଓ ‘ଦିଓ୍ଵାନା ହେଲି ତୋ’ ପାଇଁ’ ଭଳି ଦୁଇଟି ବିଗ୍‌ ବଜେଟ୍‌ ଫିଲ୍ମ ବି ରିଲିଜ୍‌ ହୋଇଛି । ୨୦୧୫ରେ ପପୁ ପମ୍‌ପମ୍‌ ନାୟକ ଭୂମିକା ପାଇଥିଲେ ‘ଜୋକର୍‌’ସିନେମାରେ। ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ଅଲରାଉଣ୍ଡର୍‌ ସଞ୍ଜୟ ନାୟକ। ଏଥିରେ ପପୁଙ୍କ ସହିତ ତମନ୍ନା,ଲିପ୍‌ସା ଓ ଦୁଷ୍ମନ୍ତ ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ । ଫିଲ୍ମଟିର ନବେ ଭାଗ ସୁଟିଂ ସରିଛି,କିନ୍ତୁ ବାକି ସୁଟିଂ ହୋଇପାରୁ ନ ଥିବା ହେତୁ ତାହା ରିଲିଜ୍‌ ହୋଇପାରିନାହିଁ ।