ଏଣିକି ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପାଠ୍ୟକ୍ରମ : ଉନ୍ମୋଚନ ହେଲା ନୂଆ ସିଲାବସ ଓ ବହି

111

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଆଜି ଯୁକ୍ତ ଦୁଇ ନୂଆ ବହି ଓ ସିଲାବସ ଉନ୍ମୋଚନ ହୋଇଛି  । ଉଚ୍ଚ ଶିକ୍ଷା ବିଭାଗର ପ୍ରଧାନ ସଚିବ ଜି. ଭିଭି ଶର୍ମା ଏହାର ଉନ୍ମୋଚନ କରିଛନ୍ତି । ଏଣିକି ଛାତ୍ରଛାତ୍ରୀଙ୍କୁ ସିବିଏସଇ ଢାଂଚାରେ ଯୁକ୍ତ  ଦୁଇ ପାଠ୍ୟକ୍ରମ ପଢାଯିବ । ଏଥିସହ ନୂଆ ସିଲାବସ ମଧ୍ୟ ପ୍ରସ୍ତୁତ ହୋଇଛି । ନୂଆ ପାଠ୍ୟକ୍ରମ ଅନୁସାରେ ସବଜେକଟିଭ ବଦଳରେ ଅବଜେକଟିଭକୁ ଅଗ୍ରାଧିକାର ଦିଆଯାଇଛି । ଉଚ୍ଚ ଶିକ୍ଷାର ସଂସ୍କାର ସାଂଗକୁ ସିବିଏସଇ ଡାଂଚାରେ ପଢାହେବା ନେଇ ପୂର୍ବରୁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ଜୁଲାଇ ୧୪ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ କ୍ଲାସ ଆରମ୍ଭ ହେବାକୁ ଯାଉଛି ।