ଦେଶରେ ୨୪ ଘଣ୍ଟାରେ ୭୭୩ ଜଣ ନୂଆ ଆକ୍ରାନ୍ତ, ଦିନକରେ ୩୨ ଜଣଙ୍କ ଗଲା ଜୀବନ । ୫୨୭୪ରେ ପହଁଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ସଂକ୍ରମିତ ରାଜ୍ୟ ତାଲିକାରେ ୧୬ ନମ୍ବରରେ ଓଡିଶା

1,235

କନକ ବ୍ୟୁରୋ: କରୋନା ନେଇ କଣ ରହିଛି ଦେଶର ସ୍ଥିତି । ପ୍ରେସମିଟରେ ବିଶ୍ୱ ସମେତ ପୂରା ଦେଶର ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ । ଗତ ୨୪ ଘଂଟା ଭିତରେ ଦେଶରେ ୭୭୩ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ କରୋନା ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ୧୯୪ରେ ପହଁଚିଛି । ସେହିପରି ଦେଶରେ କରୋନା ଭୂତାଣୁରେ ମୃତ୍ୟୁ ସଂଖ୍ୟା ୧୪୯ରେ ପହଁଚିଛି । ଗତ ୨୪ ଘଂଟାରେ ୩୨ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା ।

ସେପଟେ ୪୦୨ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ ଅଗ୍ରୱାଲ । ତେବେ ବଡ କଥା ହେଉଛି ଏସବୁ ଭିତରେ ପରୀକ୍ଷାର ସଂଖ୍ୟା ବେଶ ବଢି ଯାଇଛି । ଏବେ ଯାଏଁ ୧ ଲକ୍ଷ ୨୧ ହଜାର ଲୋକଙ୍କ ନମୂନା ପରୀକ୍ଷା ହେଲାଣି । ଏପଟେ ଓଡିଶାରେ ୨୪୪୧ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେହି ଆକ୍ରାନ୍ତଙ୍କ ସଂଖ୍ୟା ସେହି ୪୨ ରହିଛି । ଓଡିଶାରେ ମୋଟ ୪୨ ପଜିଟିଭରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ୩୯ଟି ଆକ୍ଟିଭ କେସ୍ ଥିବା ସୁବ୍ରତ ସୂଚନା ଦେଇଛନ୍ତି ।