ଆମ୍ ଆଦମୀ ପାର୍ଟି ଉପରେ ଥରୁରଙ୍କ ବଡ ଅଭିଯୋଗ । କହିଲେ, କେବଳ କଂଗ୍ରେସର କ୍ଷତି କରୁଛି ଆପ୍,

155

କନକ ବ୍ୟୁରୋ : ଗୁଜରାଟ ଇତିହାସରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛି କଂଗ୍ରେସ । ଏନେଇ ଦଳର ବରିଷ୍ଠ ନେତା ଶଶି ଥରୁରୁ କହିଛନ୍ତି କି, ‘ଗୁଜରାଟ ନିର୍ବାଚନରେ ଦଳୀୟ ପ୍ରଚାର ତାଲିକାରେ ମୋର ନାମ ନଥିଲା, ଏପଟେ ଦଳର ବିପର୍ଯ୍ୟୟକୁ ନେଇ କିଛି କହିବା ମୁସ୍କିଲ’ । ସେପଟେ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ପ୍ରଚାର ତାଲିକାରେ ଦଳ ତାଙ୍କ ନାମ ସେତେବେଳେ କାଟି ଦେଇଥିଲା ଯେତେବେଳେ ସେ ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲା ।

ଆଜିର ନିର୍ବାଚନ ଫଳାଫଳକୁ ନେଇ ଥରୁର କହିଛନ୍ତି କି, ଏ ଖବର ସମସ୍ତଙ୍କୁ ଚକିତ କରିଦେବ, ଯେତେବେଳ ସରକାର ବିରୋଧୀ ହାୱା ହିମାଚଳରେ ଦେଖାଗଲା ତାହା ଗୁଜରାଟରେ ଦେଖିବାକୁ ମିଳିଲା ନାହିଁ । ଏହାସହ ସେ କହିଛନ୍ତି କି, ଆମ୍ ଆଦମୀ ପାର୍ଟିର ଭୂମିକା ଗୁଜରାଟରେ କଂଗ୍ରେସ ପରାଜିତ ହେବାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି ।

ସେପଟେ ଗୁଜରାଟରେ ଆମ୍ ଆଦମୀ ପାର୍ଟି ପାଖାପାଖି ୬ ଟି ଆସନରେ ଆଗୁଆ ରହିଛି । ହେଲେ ଏକ ନୂଆ ରାଜନୈତିକ ଦଳ ଭାବେ ୩ ଟି ରାଜ୍ୟରେ ନିଜର ଦବଦବା ଜାହିର କରିବାରେ ସଫଳ ହେବାକୁ ନେଇ ଦଳ ଖୁସି ମନାଉଛି । କାରଣ ଗୁଜରାଟରେ ଏପର୍ଯ୍ୟନ୍ତ କଂଗ୍ରେସ ଓ ବିଜେପି କେବଳ ବିକଳ୍ପ ଭାବେ କୁହାଯାଉଥିବା ବେଳେ ଆମ୍ ଆଦମୀ ପାର୍ଟି ଉଭୟ କଂଗ୍ରେସ ଓ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି ।