ବିଜେଡିକୁ ଫେରିବେ କି ରାଜୁ ଦାସ? ବିଜୁ ଜନତା ଦଳରେ ମିଶିବା ନେଇ ଦେଲେ ଇସାରା

193

କନକ ବ୍ୟୁରୋ : ବିଜେଡିକୁ ଫେରିବେ କି ରାଜୁ ଦାସ? ବିଜେଡିରେ ମିଶିବା ପାଇଁ ତାଙ୍କୁ ଅଫର୍ ମଧ୍ୟ ମିଳିଛି । କିଛି ଏଭଳି ଆଭାସ ଦେଇଛନ୍ତି ଖୋଦ୍ ରାଜୁ ଦାସ । କହିଛନ୍ତି ଯେ ବିଜେଡିରେ ସାମିଲ ହେବା ପାଇଁ ଅଫର ମିଳିଛି । ବିଜେଡିର କିଛି ବଡ଼ ବଡ଼ ଓ ରାଜ୍ୟସ୍ତରୀୟ ନେତା ତାଙ୍କ ଯୋଗାଯୋଗରେ ଅଛନ୍ତି । କେବଳ ବିଜେଡି ନୁହେଁ, ବିଜେପି ଓ ବିଆରଏସରୁ ମଧ୍ୟ ଅଫର୍ ମିଳିଥିବା ନେଇ ସୂଚନା ଦେଇଛନ୍ତି ।

ତେବେ ରାଜୁ ଦାସ କେଉଁ ଦଳକୁ ଯିବେ, ସେନେଇ ଖୁବ୍ ଶୀଘ୍ର ନିଷ୍ପତି ନେବେ ବୋଲି କହିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ରାଜୁ ଦାସ ପୁଣିଥରେ ମଇଦାନକୁ ଓହ୍ଲାଇବେ । ଧାମନଗର କିମ୍ବା ଭଦ୍ରକରୁ ସେ ନିର୍ବାଚନ ଲଢ଼ିବେ ବୋଲି ରାଜୁ ଦାସ ସୂଚନା ଦେଇଛନ୍ତି ।