ଇଭିଏମକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍ । ଭିିଭିପାଟ୍ ଯାଂଚ ଆବେଦନ ଖାରଜ, ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍

88

କନକ ବ୍ୟୁରୋ : ଦେଶରେ ୨ୟ ପର୍ଯ୍ୟାୟ ମତଦାନ ଭିତରେ ବିଜେପିକୁ ମିଳିଛି ବଡ ଆଶ୍ୱସ୍ତି । ଭୋଟ ପଡିବା କିଛି ଘଂଟା ମଧ୍ୟରେ ଇଭିଏମ ସର୍ମ୍ପକରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବଡ ରାୟ ଆସିଛି । ଇଭିଏମ ବଦଳରେ ପେପର ବାଲାଟ ବ୍ୟବସ୍ଥାକୁ ପ୍ରଚଳନ ନେଇ ବିରୋଧୀଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତିା ଭୋଟର ଭେରିଫାଏବଲ ପେପର ଅଡିଟ ଟ୍ରାଏଲ ବାବ ଭିଭିପାଟ ସ୍ଲିପ ସହିତ ଇଲେକ୍ଟୋଟ୍ରୋନିକ ଭୋଟିଂ ମେସିନ ବା ଇଭିଏମ ବ୍ୟବହାର କରି ଦିଆଯାଇଥିବା ଭୋଟର ସମ୍ପୂର୍ଣ୍ଣ ଯାଂଚ ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା । ଯାହାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମସର ସଦସ୍ୟ ଅକ୍ଷୟ ଭକ୍ଚାନ୍ଦ ଓ ଅରୁଣ ଅଗ୍ରୱାଲ ଏହି ପିଟିସନ ଦାଖଲ କରିଥିଲେ । ଜଷ୍ଟିସ ସଂଜୀବ ଖନ୍ନା ଓ ଦୀପକ ଦତ୍ତଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଆବେଦନକୁ ଖାରଜ କରିଛନ୍ତି ।
କୋର୍ଟ କହିଛନ୍ତି…
-ଇଭିଏମରେ ଦିଆଯାଉଥିବା ଭୋଟକୁ ଶତପ୍ରତିଶତ ଯାଂଚ କରାଯାଇପାରିବନି
-ନିର୍ବାଚନରେ ବାଲାଟ ପେପର ବ୍ୟବସ୍ଥାକୁ ପୁନଃକାର୍ଯ୍ୟକାରୀ କରାଯାଇପାରିବନି
-ଇଭିଏମରେ ଚିହ୍ନ ଲୋଡିଂ ପ୍ରକିୟା ସରିବା ପରେ ସିମ୍ବଲ ୟୁନିଟ ସିଲ କରାଯିବା ଉଚିତ
-ଏହାକୁ ଅତିକମରେ ୪୫ ପର୍ଯ୍ୟନ୍ତ ଷ୍ଟୋର କରି ରଖିବା ଜରୁରୀ
-ଫଳାଫଳ ପ୍ରକାଶ ପାଇବା ପରେ ପ୍ରାର୍ଥୀଙ୍କୁ ଅନୁରୋଧରେ ମାଇକ୍ରୋ କଟ୍ରୋଂଲର ଇଭିଏମରେ ପୋଡ଼ିଯାଇଥିବା ବା ନଷ୍ଟ ହୋଇଥିବା ମେମୋରିକୁ ଏକ ଇଂଜିନିୟର ଟିମ ଦ୍ୱାରା ଯାଂଚ କରିବା ଉଚିତ ।
-ପ୍ରାର୍ଥୀଙ୍କୁ ଫଳାଫଳ ପ୍ରକାଶର ୭ଦିନ ମଧ୍ୟରେ ଆବେଦନ କରିବାକୁ ପଡିବ
-ଇଭିଏମ ଯାଂଚ ପାଇଁ ଆବେଦନ କରଥିବା ପ୍ରାର୍ଥୀ ସମସ୍ତ ଖର୍ଚ୍ଚ କରିବେ
-ଯଦି ଇଭିଏମ ଟାମ୍ପରିଂ ହୋଇଥାଏ ସମସ୍ତ ଟଙ୍କା ଫେରସ୍ତ ପାଇବେ

କୋର୍ଟ କହିଛନ୍ତି ମତଦାନ ପ୍ରକିୟା ଉପରେ ସମ୍ପୂର୍ଣ୍ଣ ଅବିଶ୍ୱାସ କରିବା ଦ୍ୱାରା ସହେନ୍ଦ ସୃଷ୍ଟି ଆଶଙ୍କା ବଢ଼ୁଛି । ବିଶ୍ୱାସ ଓ ସହଯୋଗ ଜରିଆରେ ଗଣତନ୍ତ୍ରର ସ୍ୱରକୁ ମଜବୁତ କରିବା ଉଚିତ । କିଛି ବର୍ଷ ହେବ ଇଭିଏମ ବ୍ୟବସ୍ଥାକୁ ନେଇ ବିରୋଧୀ ଦଳଗୁଡିକ ପ୍ରଶ୍ନ ଉଠାଉଛନ୍ତି । ଇଭିଏମରୁ ବାହାରୁ୍ଥିବା ସ୍ଲିପକୁ ମେଳ କରାଇବାକୁ ଇସିଙ୍କୁ ନିର୍ଦ୍ଦେଶ ଦେବା ଦାବି କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଖଲ ହୋଇଥିଲା ।