ରାହୁଲ ଗାନ୍ଧୀଙ୍କୁ ଭରସା ୱାୟନାଡ ଆସନ । ଗତଥରର ବଡ ବିଜୟ ପରେ ଏଥରକ ବିଜୟ ନେଇ ଆଶାୟୀ ରାହୁଲ

92

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନର ୨ୟ ପର୍ଯ୍ୟାୟ ମତଦାନରେ ଆଜି ପଡିଛି ଭୋଟ । ଅନେକ ହେଭିୱେଟ ନେତା ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି । ଏହା ଭିତରେ ସବୁଠୁ ଆଗରେ ଅଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ୨୦୧୯ରେ ୩ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିବା ରାହୁଲ ପୁଣି ଥରେ ସମାନ ଆସନରୁ ୨୦୨୪ ଭାଗ୍ୟ ପରୀକ୍ଷା କରିଛନ୍ତି । ରାହୁଲଙ୍କ ବିପକ୍ଷରେ ବିଜେପିର କେ ସୁରେନ୍ଦ୍ରନଙ୍କ ପ୍ରାର୍ଥୀ କରିଛି । ସେପଟେ ସହଯୋଗୀ ଦଳ ସିପିଆଇଏ ବରିଷ୍ଠ ବାମପନ୍ଥି ନେତ୍ରୀ ଆନି ରାଜାଙ୍କୁ ରାହୁଲଙ୍କ ପାଇଁ ବଡ ଚ୍ୟାଲେଂଜ ଭାବେ ଉଭା ହୋଇଛନ୍ତି ।

୨୦୧୯ ନିର୍ବାଚନରେ ୱାୟନାଡରେ ଦେଖିବାକୁ ମିଳିଥିଲା ସିପିଆଇ ଓ କଂଗ୍ରେସ ପରସ୍ପର ସହ ପ୍ରତିନ୍ଦଦ୍ୱିତା କରିଥିଲୋ । ସିପିଆଇଏକୁ ହରାଇ ରାହୁଲ ୱାୟନାଡ ଆସନ ଜିତିଥିଲେ । ନା ସେତେବେଳେ ବିରୋଧୀ ମେଂଟ ଇଣ୍ଡିଆ ଗଠନ ହୋଇଥିଲା । ନା ମେଂଟର ଦୁଇ ସହଯୋଗୀ ଥିଲେ କଂଗ୍ରେସ ଓ ସିପିଆଇ । ଏଥରକ କିନ୍ତୁ ଚିତ୍ର ବଦଳିିଛି । ବିଜେପି ବିରୋଧୀ ମେଂଟର ଦୁଇ ସହଯୋଗୀ ଦଳ ପରସ୍ପର ବିରୋଧରେ ପ୍ରାର୍ଥୀ ଛିଡା କରିବା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ କଡ଼ା ଟକ୍କର ଦେବାକୁ ଓହ୍ଲାଇଛନ୍ତି କେ ସୁରେନ୍ଦ୍ରନ ।

ଯଦିଓ ୱାୟନାଡରେ ରାହୁଲ ଅଗ୍ନିପରୀକ୍ଷା ଦେଇସାରିଛନ୍ତି ସେପଟେ ପାରମ୍ପରିକ ଆସନ ତେବେ ଆମେଠିରୁ ସେ ଲଢ଼ିବେ ନା ନାହିଁ ସେକଥା ସ୍ପଷ୍ଟ ହୋଇନି । ନିର୍ବାଚନରେ ରାହୁଲ ଆମେଠି ଆସନରେ ପରାଜିତ ହୋଇଥିଲେ କିନ୍ତୁ ଗାନ୍ଧୀ ପରିବାରର ସମ୍ମାନ ରକ୍ଷା କରିଥିଲା ୱାୟନାଡ ଆସନ । ତେଣୁ ଏହି ଆସନକୁ ସୁରକ୍ଷିତମଣି ରାହୁଲ ୱାୟନାଡ ସହ ୨୦୨୪ ନିର୍ବାଚନୀ ରଣଭୂମିକୁ ଓହ୍ଲାଇଲେ । ଏଥିସହ ୱାୟନାଡରେ ରାହୁଲଙ୍କ ହାଜ ଜିତ କଂଗ୍ରେସର ଭବିଷ୍ୟତ ମଧ୍ୟ ନିର୍ଭର କରୁଛି