ବିଜ୍ଞାପନ ପାଇଁ ୬ବର୍ଷ ମଧ୍ୟରେ ଗୁଗୁଲରେ ଖର୍ଚ୍ଚ ହେଲାଣି ୩୯୦ କୋଟି । ସର୍ବାଧିକ ୧୦୧ କୋଟି ଖର୍ଚ୍ଚ କରି ପ୍ରଥମରେ ବିଜେପି

218

କନକ ବ୍ୟୁରୋ : ନିର୍ବାଚନୀ ଖର୍ଚ୍ଚକୁ ନେଇ ଆସିଛି ବଡ ଖବର । ଶାସକ ଦଳ ବିଜେପି ନିଜର ଦଳୀୟ ପ୍ରଚାର ପାଇଁ ସର୍ଚ୍ଚ ଇଂଜିନ ଗୁୁଗୁଲ ଓ ଏହାର ଭିଡିଓ ପ୍ଲାଟଫର୍ମରେ ଖର୍ଚ୍ଚ କରିସାରିଲାଣି ଶହେ କୋଟିର ଅଧିକ ଟଙ୍କା । ବିଜେପି ନିଜର ଡିଜିଟାଲ ପ୍ରଚର ପାଇଁ ଏବେ ସୁଦ୍ଧା ୧୦୧କୋଟି ଟଙ୍କା ଖର୍ଚ୍ଚ କରିଛି । ସବୁଠୁ ବଡ କଥା ହେଉଛି କଂଗ୍ରେସ, ଡିଏମକେ ଓ ରାଜନୈତିକ ପରାମର୍ଶଦାତା କମ୍ପାନୀ ଇଣ୍ଡିଆନ ପଲଟିକାଲ ଆକ୍ସନ କମିଟିର ବିଜ୍ଞାପନ ଖର୍ଚ୍ଚ ସହ ସମାନ ବିଜେପିର ଖର୍ଚ୍ଚ । ୨୦୧୮ରୁ ଏବେ ପର୍ଯ୍ୟନ୍ତ ଏହି ପରିମାଣରେ ଅର୍ଥ ବ୍ୟୟ କରିଛି ବିଜେପି । ୨୦୧୮ରୁ ୨୦୨୪ ଏପ୍ରିଲ ୨୫ ମଧ୍ୟରେ ରାଜନୈତିକ ବିଜ୍ଞାପନ ପାଇଁ ଗୁୁଗୁଲରେ ମୋଟ ୩୯୦କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ମଧ୍ୟରୁ ବିଜେପି ଖର୍ଚ୍ଚ ସବୁଠୁ ଅଧିକ ରହିଛି । ୬ବର୍ଷ ମଧ୍ୟରେ ପ୍ରକାଶିତ ଡିଜିଟାଲ ବିଜ୍ଞାପନ ମଧ୍ୟରେ ବିଜେପିର ୭୩ ପ୍ରତିଶତ ରହିଛି । ୧୦୦କୋଟିରୁ ଅଧିକ ଟଙ୍କା ଗୁଗୁଲ ବିଜ୍ଞାପନରେ ଖର୍ଚ୍ଚ କରି ବିଜେପି ସବୁଠୁ ଆଗରେ ଥିବାବେଳେ ୪୫ କୋଟି ଖର୍ଚ୍ଚ ସହ ୨ୟରେ ରହିଛି କଂଗ୍ରେସ । ତୃତୀୟରେ ରହିଛି ଡିଏମକେ ।