ଇ-ସ୍କୁଟରରେ ନିଆଁ ଲାଗୁଛି କାହିଁକି ? ନିଆଁ ଲାଗିବା ପଛର କାରଣ କ’ଣ ? 

298

କନକ ବ୍ୟୁରୋ : ଇ-ସ୍କୁଟରରେ ନିଆଁ ଲାଗୁଛି କାହିଁକି ? ଇଲେକ୍ଟ୍ିକ ଗାଡିରେ ଲିଥିୟମ ଆୟନ ବ୍ୟାଟେରୀ ବ୍ୟବହୃତ ହୋଇଥାଏ । ଅଧିକ ତାପମାତ୍ରାରେ ବ୍ୟାଟେରୀ ଅଧିକ ଗରମ ହୋଇଥାଏ । ନିଆଁ ଲାଗିବା ପଛରେ ଭାଇବ୍ରେସନ୍ ଅନ୍ୟତମ କାରଣ । ଅର୍ଥାତ ଗାଡି ଚାଲିବା ସମୟରେ ଅଧିକ ଭାଇବ୍ରେଟ୍ ହେଲେ ନିଆଁ ଲାଗିଥାଏ । ମ୍ୟାନୁଫାକଚରିଂ ବେଳେ ଭୁଲ ଥିଲେ ଏଭଳି ଅଭାବନୀୟ ଘଟଣା ଘଟିଥାଏ । ନିଆଁ ଲାଗିବାର ଅନ୍ୟତମ କାରଣ ହେଉଛି ଚାର୍ଜିଂର ଶୈଳୀ ।

ଅଧିକାଂଶ ଲୋକ ରାଚି ତମାମ ସ୍କୁଟରକୁ ଚାର୍ଜିଂରେ ବସାଇଥାନ୍ତି । ଅଧିକ ଚାର୍ଜିଂ ହେବା ଦ୍ୱାରା ବ୍ୟାଟେରୀ ଅତ୍ୟଧିକ କରେଣ୍ଟ ପାସ୍ କରିଥାଏ । ୧୦୦ ପ୍ରତିଶତ ଚାର୍ଜ ହେବା ପରେ ଡିଭାଇସରେ ଲାଗିଥିବା କରେଣ୍ଟ ବ୍ୟାଟେରୀ ଉପକରଣକୁ ଖରାପ କରିଥାଏ । ଯେଉଁ କାରଣରୁ ନିଆଁ ଲାଗିବାର ସମ୍ଭାବନା ସୃଷ୍ଟି ହୋଇଥାଏ । ଭାରତରେ ୧୫ଲକ୍ଷରୁ ଅଧିକ ଇ-ସ୍କୁଟରର ବ୍ୟବହାର ହେଉଛି । ସେଥିମଧ୍ୟରୁ ୨ହଜାରରୁ ଅଧିକ ସର୍ବସାଧାରଣ ସ୍ଥାନରେ ଚାର୍ଜିଂ ଉପଲବ୍ଧ । ୨୦୨୬ ସୁଦ୍ଧା ଭାରତକୁ ୪ଲକ୍ଷରୁ ଅଧିକ ଚାର୍ଜିଂ ଷ୍ଟେସନ ହେବା ଆବଶ୍ୟକ ।

ଜଳିଯାଉଛି ଇ-ସ୍କୁଟର ! 

ଗତ ୧୨ତାରିଖରେ ସିକନ୍ଦରାବାଦରେ ଅଘଟଣ ଘଟିଥିଲା । ସର୍ଟସର୍କିଟରୁ ଇଲେକ୍ଟ୍ରିକ୍ ସୋ’ରୁମରେ ଅଗ୍ନିକାଣ୍ଡ ଘଟିଥିଲା । ଚାର୍ଜରେ ବସିଥିବା ବେଳେ ସଟସର୍କିଟରୁ ନିଆଁ ଲାଗିଥିଲା । ଶ୍ୱାସରୁଦ୍ଧ ଅବସ୍ଥାରେ ୮ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୨ ଓଡିଆ ଥିଲେ । ନିଆଁ ଲାଗି ୧୭ ଇ-ସ୍କୁଟର ଜଳି ପାଉଁଶ ହୋଇଯାଇଥିଲା । ସୋ’ରୁମରେ ଚାର୍ଜିଂ ସମୟରେ ନିଆଁ ଲାଗିବାକୁ ନେଇ ପ୍ରଶ୍ନ ଉଠିଥିଲା ।