ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା : ଘଣ୍ଟା ଓ ଘରର ସିସିଟିଭିର ହାର୍ଡଡିସ୍କକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଇଲା ପୋଲିସ

89

କନକ ବ୍ୟୁରୋ : ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା । ଘଣ୍ଟା ଓ ଘରର ସିସିଟିଭିର ହାର୍ଡଡିସ୍କକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଇଲା ପୋଲିସ । ଧର୍ମେନ୍ଦ୍ରଙ୍କ ହାତଘଣ୍ଟା ସହ ମୋବାଇଲ ଓ ସିସିଟିଭିର ଥିଲା ଲିଙ୍କ । ଘଣ୍ଟାରୁ କାହାକୁ ମେସେଜ କରିଛନ୍ତି କି ନାହିଁ ଜାଣିବା ପାଇଁ ଯାଞ୍ଚ ହେବ ।

ଘରର ସବୁ ସିସିଟିଭି କ୍ୟାମେରାକୁ ଧର୍ମେନ୍ଦ୍ର ତାଙ୍କ ଘଣ୍ଟା ଜରିଆରେ କରୁଥିଲେ ଅପରେଟ । ତେଣୁ ସେସବୁକୁ ଯାଞ୍ଚ କରାଯିବ । ଗତକାଲି ପରିବାର ଲୋକଙ୍କୁ ପଚରାଉଚରା ବେଳେ ବିଭିନ୍ନ ସମୟରେ ଘରୁ ଲକ୍ଷାଧିକ ଟଙ୍କା ନେଇଥିଲେ ଧର୍ମେନ୍ଦ୍ର । ଆଜି ଧର୍ମେନ୍ଦ୍ରଙ୍କ ଡ୍ରାଇଭର ଓ ସହକର୍ମୀଙ୍କୁ ପଚରାଉଚରା କରିବ ପୋଲିସ ।