ଫାଇଭ-ବି’ରେ କିଏ ହେବ ପ୍ରାର୍ଥୀ? ବଲାଙ୍ଗିର, ବ୍ରହ୍ମପୁର, ବରଗଡ଼, ବାଲେଶ୍ୱର, ଭଦ୍ରକ ଉପରେ ସମସ୍ତଙ୍କ ନଜର

1,537

କନକ ବ୍ୟୁରୋ: ବିଜେଡିର ୫-‘ବି’ ଦ୍ୱନ୍ଦ୍ୱ । ରାଜ୍ୟରେ ୨୧ଟି ଲୋକସଭା ଆସନ ମଧ୍ୟରୁ ୧୫ଟି ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲେ ବି ବାକି ୬ଟି ଆସନରେ ଏ ଯାଏଁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ବ୍ରହ୍ମପୁର, ବଲାଙ୍ଗୀର, ଭଦ୍ରକ, ବାଲେଶ୍ୱର ଓ ବରଗଡ ଲୋକସଭା ଆସନରେ କିଏ ପ୍ରାର୍ଥୀ ହେବ ସେ ନେଇ ଉକ୍ରଣ୍ଠା ବଢିଛି । ଲୋକସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଆଧାରରେ ଆଉ ୩ ମହିଳାଙ୍କୁ ବିଜେଡି ଲୋକସଭା ଆସନ ପାଇଁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ୩୩ ପ୍ରତିଶତ ଆଧାର ରହିଲେ ୨୧ ଲୋକସଭା ଆସନ ମଧ୍ୟରୁ ୭ଟିରେ ମହିଳା ପ୍ରାର୍ଥୀ ରହିବା କଥା । ପୂର୍ବରୁ ଯାଜପୁର, ଜଗତସିଂହପୁର, ଆସ୍କା ଓ କୋରାପୁଟ ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି । ତେଣୁ ଆଉ ୩ଟି ଆସନରେ ବିଜେଡି ମହିଳା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି । ବ୍ରହ୍ମପୁରରେ ଚନ୍ଦ୍ରଶେଖର ସାହୁଙ୍କ ନାଁ ଚର୍ଚ୍ଚାରେ ଥିଲେ ବି ଶେଷ ମୂହୂର୍ତରେ ଜଣେ ମହିଳାଙ୍କୁ ମୈଦାନକୁ ଆଣିପାରେ ବିଜେଡି । ସେହିଭଳି ଭଦ୍ରକରେ ବି ମଞ୍ଜୁଲତା ମଣ୍ଡଳ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି ।

୫-‘ବି’ରେ କିଏ ହେବ ପ୍ରାର୍ଥୀ?
ବ୍ରହ୍ମପୁର, ବଲାଙ୍ଗୀର, ଭଦ୍ରକ, ବରଗଡ, ବାଲେଶ୍ୱର

ବ୍ରହ୍ମପୁର
ବିଜେପି- ପ୍ରଦୀପ ପାଣିଗ୍ରାହୀ
ବିଜେଡି- ଚନ୍ଦ୍ରଶେଖର ସାହୁ?

ବଲାଙ୍ଗିର
ବିଜେପି- ସଂଗୀତା ସିଂଦେଓ
ବିଜେଡି- ?

ଭଦ୍ରକ
ବିଜେପି-ଅଭିମନ୍ୟୁ ସେଠୀ
ବିଜେଡି-ମଞ୍ଜୁଲତା ମଣ୍ଡଳ?

ବାଲେଶ୍ୱର
ବିଜେପି-ପ୍ରତାପ ଷଡଙ୍ଗୀ
ବିଜେଡି-କିଏ?

ବରଗଡ
ବିଜେପି-ପ୍ରଦୀପ ପୁରୋହିତ
ବିଜେଡି-କିଏ?