ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାରେ ମିଶିଲେ ଅଭିନେତା ଗୋବିନ୍ଦା । ଏହି ଆସନରୁ ଲୋକସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା

238

କନକ ବ୍ୟୁରୋ : ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ନେଇ କିଛି ବଡ ଖବର ସାମ୍ନାକୁ ଆସିଛି । ସେ ଲୋକସଭା ନିର୍ବାଚନ ଲଢିପାରନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପାର୍ଟି ଶିବସନୋରେ ଯୋଗଦେବା ପରେ ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିଛି ।

ସୂଚନା ମୁତାବକ ଗୋବିନ୍ଦାଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପାର୍ଟି ଶିବସେନା (ସିନ୍ଦେ ଗୋଷ୍ଠୀ)ରୁ ଟିକେଟ ମିଳିପାରେ । ସେ ଅଜି ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ପାର୍ଟିରେ ଯୋଗ ଦେଇଛନ୍ତି । ସିନ୍ଦେଙ୍କ ପାର୍ଟି ଗୋବିନ୍ଦାଙ୍କୁ ମୁମ୍ବାଇ ନର୍ଥ-ଇଷ୍ଟ ଲୋକସଭା ଆସନ ପାଇଁ ଟିକେଟ ଦେଇପାରେ । ଏହି ଆସନରୁ ଉଦ୍ଧବ ଠାକରେଙ୍କ ଶିବସେନା ତରଫରୁ ଅମୋଲ କିର୍ତ୍ତୀକରଙ୍କୁ ପ୍ରର୍ଥୀ କରାଯାଇଛି । ଏନେଇ ବୁଧବାର ଦିନ ଗୋବିନ୍ଦା ଶିବସେନା (ସିନ୍ଦେ ଗୋଷ୍ଠୀ)ର ପ୍ରବକ୍ତା ତଥା ପୂର୍ବ ବିଧାୟକ କୃଷ୍ଣା ହେଗଡେଙ୍କ ସହ ବୈଠକ କରିଥିଲେ ।

ଗୋବିନ୍ଦା ପ୍ରଥମଥର ପାଇଁ ନିର୍ବାଚନ ଲଢୁନାହାଁନ୍ତି ବରଂ ଏହା ପୂର୍ବରୁ ସେ ୨୦୦୪-୨୦୦୯ ପର୍ଯ୍ୟନ୍ତ ସାଂସଦ ଥିଲେ । ସେତେବେଳେସେ କଂଗ୍ରେସ ପାର୍ଟି ଟିକେଟରୁ ନିର୍ବାଚନ ଲଢିଥିଲେ । ଗୋବିନ୍ଦା ମୁମ୍ବାଇ ନର୍ଥ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସେତେବେଳେ ସେ ବିଜେପିର ରାମ ନାଇକଙ୍କୁ ପରାସ୍ତ କରିଥିଲେ ।