ଟିକା ନେବା ପରେ ଅସୁବିଧା ହେଲେ କେମିତି ପାଇବେ କ୍ଷତିପୂରଣ । କାହା ନିକଟରେ କରିବେ ଆବେଦନ । ଜାଣନ୍ତୁ ଟିକା ପ୍ରସ୍ତୁତକାରୀ ଭାରତ ବାୟୋଟେକ୍ ର ଘୋଷଣା

2,137

କନକ ବ୍ୟୁରୋ : ଆପଣ ଟିକା ନେବା ପରେ ଶତ ପ୍ରତିଶତ ସୁରକ୍ଷିତ ଏକଥା କେହି କହିପାରିବେ ନାହିଁ । ହେଲେ ଟିକା ନେବା ପରେ ଯଦି ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଏ କି ଆପଣଙ୍କର ମୃତ୍ୟୁ ହୋଇଯାଏ ସେନେଇ ଆପଣ ବା ଆପଣଙ୍କ ପରିବାର ଲୋକଙ୍କୁ କ’ଣ କରିବାକୁ ପଡିବ । କ୍ଷତିପୂରଣ ପାଇଁ ଆପଣ କେମିତି ଓ କାହା ନିକଟରେ ଆବେଦନ କରିବେ ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ ।

ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ ର କୋଭାକ୍ସିନ୍ ଟିକାକୁ ନେଇ ଲଗାତର ଭାବେ ପ୍ରଶ୍ନ ଉଡୁଛି । ଏହାରି ମଧ୍ୟରେ କମ୍ପାନୀ ଘୋଷଣା କରିଛି କି କୋଭାକ୍ସିନ ଟିକା ନେବା ପରେ ଯଦି ଲୋକର କିଛି ଅସୁବିଧା ହୁଏ ତେବେ କମ୍ପାନୀ ତରଫରୁ ସେମାନଙ୍କୁ କ୍ଷତିପୂରଣ ଦିଆଯିବ । ଖାଲି ଏତିକି ନୁହେଁ ଟିକା ନେବା ପୂର୍ବରୁ ଆପଣ ଯେଉଁ ଫର୍ମରେ ଦସ୍ତଖତ କରୁଛନ୍ତି ସେଥିରେ ମଧ୍ୟ ଏକଥା ଲେଖା ଯାଇଛି ।
ଏହାସହ ଆଜି ସାରା ଦେଶରେ ଆଗଧାଡିର କୋଭିଡ ଯୋଦ୍ଧା ମାନଙ୍କୁ ଟିକା ଦିଆଯାଉଛି । ପ୍ରତିଟି ଟିକା ସହିତ ସଲଗ୍ନ ହୋଇଥିବା ଫର୍ମରେ ଲେଖା ଯାଇଛି କି ଯଦି ଟିକା ନେବା ପରେ କିଛି ପାଶ୍ୱର୍ପ୍ରତିକ୍ରିୟା ଦେଖାଯାଏ ତେବେ ଟିକା ନେଇଥିବା ଲୋକ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା କିଛି ନିର୍ଦ୍ଧିଷ୍ଟ ମେଡିକାଲରେ ସେମାନଙ୍କର ଚିକିତ୍ସା କରାଯିବ ।

ସୂଚନା ମୁତାବକ ଟିକା ନେଉଥିବା ପ୍ରତିଟି ଲୋକକୁ ଏକ ଫ୍ୟାକ୍ଟ ସିଟ୍ ଓ ଟିକାର କୁପରିଣାମ ସହିତ ଯୋଡି ହୋଇଥିବା ଏକ ଫର୍ମ ଦିଆଯିବ । ଟିକା ନେବାର ୭ ଦିନ ମଧ୍ୟରେ ଟିକା ନେଇଥିବା ଲୋକର ଯାହା ଯାହା ଲକ୍ଷଣ ଦେଖାଯିବ ତାକୁ ସେଥିରେ ଲେଖିବାକୁ ହେବ । ଏହାସହିତ ସେହି ଫର୍ମରେ ଲେଖା ଯାଇଛି କି ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଡୋଜ ନେବା ପରେ ମାନବ ଶରୀରରେ ଏହି ଟିକା ଆଣ୍ଟିବଡି ପ୍ରସ୍ତୁତ କରିବା କ୍ଷମତା ଦେଖାଇବ । ତାହାକୁ ନେଇ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ ।

କିନ୍ତୁ ଯଦି ସେମିତି କିଛି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଏ ତାହେଲେ ଆପଣଙ୍କୁ ମିଳିଥିବା ଫର୍ମରେ ସମସ୍ତ ବିବରଣୀ ଲେଖି ଦିଆଯାଇଥିବା ଠିକାଣରେ ସେହି ଫର୍ମକୁ ପଠାଇ ଦିଅନ୍ତୁ । ଏହା ପରେ ଟିକା ପ୍ରସ୍ତୂୁତକାରୀ କମ୍ପାନୀ ଆପଣଙ୍କ ସହ ଯୋଗା ଯୋଗ କରିବ ।