‘ଗୋରୀ’ କୁମ୍ଭୀର ପାଇଁ ଖୋଜା ଚାଲିଛି ସାଥୀ: ଭିତରକନିକା ବାହାରୁ ବଉଳା କୁମ୍ଭୀର ଆଣିବାକୁ ଚାଲିଛି ଯୋଜନା

273

କନକ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲିଟିଥିବା ଶଙ୍ଖୁଆ କୁମ୍ଭୀର ‘ଗୋରୀ’କୁ ଏବେ ୪୬ ବର୍ଷ । ଯୌବନ ଅପରାହ୍ନରେ ପାଦ ଥାପି ଲାଣି ଗୋରୀ । ଅତୀତରେ ଗୋରୀ ପାଇଁ ଉଭୟ ବିଦେଶୀ ଓ ଦେଶୀ ବର କୁମ୍ଭୀରକୁ ଅଣାଯାଇ ମିଳନର ସୁଯୋଗ ଦିଆଯାଇଛି । ହେଲେ କୌଣସି ଲାଭ ହୋଇନି । ଏବେ ପୁଣି ଥରେ ତାପାଇଁ ବର ଖୋଜା ଚାଲିଛି ।

ଭିତରକନିକା ଜାତୀୟ ଉଦ୍ୟାନ ସୀମା ବାହାରୁ ଗୋରୀର ସମବୟସ୍କ ବା ସମସାମୟିକ ଏକ ପୁରୁଷ କୁମ୍ଭୀରକୁ ଆଣି ମିଳନର ସୁଯୋଗ ଦିଆଯିବା ନେଇ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବନ ବିଭାଗର ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏହି ପ୍ରକ୍ରିୟାରେ ନିରିମାଖି ଗୋରୀକୁ ଆବଦ୍ଧ ପୋଖରୀରୁ ମୁକ୍ତ କରାଯାଇ ଜାତୀୟ ଉଦ୍ୟାନର ନଦୀ ମଧ୍ୟରେ ଛଡ଼ାଯିବ କି ନାହିଁ ଏନେଇ ଗବେଷଣା କରାଯିବ । ଗୋରୀର ମାତୃତ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ବି ନିଆଯିବ ।  ଚଳିତ ବର୍ଷ  କୁମ୍ଭୀର ଗଣନା ପରେ ଏକ ବିଶେଷଜ୍ଞ ଟିମ୍ ମଧ୍ୟରେ ଗୋରୀ ସମ୍ବନ୍ଧରେ ସ୍ୱତନ୍ତ୍ର ତଥ୍ୟ ସଂଗ୍ରହ କରାଯିବା ପରେ ଏହି ଯୋଜନା କରାଯାଇଛି ।