ଫୋନର ବ୍ଲୁଟୁଥ୍ ଅନ୍ କରି ରଖୁଛନ୍ତି କି? ସାବଧାନ୍ ! ଫୋନ୍ ହ୍ୟାକ୍ କରିନେଉଛନ୍ତି ହ୍ୟାକର୍ସ

156

କନକ ବ୍ୟୁରୋ : ଆପଣ ଆପଣଙ୍କ ଫୋନର ବ୍ଲୁଟୁଥ୍ ଅନ୍ କରି ରଖୁଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ । ସାଧାରଣରେ ଦେଖାଯାଏ ଲୋକେ ତାଙ୍କ ଫୋନରେ ବ୍ଲୁଟୁଥ୍ ଅନ୍ କରି ଛାଡି ଦେଇଥାନ୍ତି । ଯେକେହିବି ତାଙ୍କ ବ୍ଲୁଟୁଥକୁ ଚାହିଁଲେ ସର୍ଚ୍ଚ କରିପାରନ୍ତି । ତେଣୁ ଆପଣ ବି ଯଦି ଏଭଳି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାହିଁକି ନା ବ୍ଲୁଟୁଥ୍ ଅନ୍ ରହିବା ଦ୍ୱାରା ଆପଣଙ୍କ ଫୋନକୁ ଚାହିଁଲେ ହ୍ୟାକର ଅତି ସହଜରେ ହ୍ୟାକ୍ କରିପାରିବ । ଆଉ ଏବେ ଏହା ହେଉଛି ମଧ୍ୟ ।
ହ୍ୟାକରର ନଜର ଏବେ ବ୍ଲୁଚୁଥ୍ ଫିଚର ଉପରେ । ବ୍ଲୁଟୁଥ୍ ମାଧ୍ୟମରେ ଫୋନକୁ ହ୍ୟାକ୍ କରି ହ୍ୟାକର ଅତି ସହଜରେ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେଇଯାଇପାରେ । ବ୍ଲୁ ବଗିଂ ଜରିଆରେ ବ୍ଲୁଟୁଥ୍ ଆକସେସ୍ ଖୋଜିଥାଏ ହ୍ୟାକର୍ସ । କୌଣସି ଫୋନର ବ୍ୟୁଟୁଥ୍ ଆକସେସ୍ ମିଳିବା ମାତ୍ରେ ତୁରନ୍ତ ଏହାକୁ କନେକ୍ଟ କରି ମୋବାଇଲକୁ ହ୍ୟାକ୍ କରିଦେଇଥାଏ ହ୍ୟାକର୍ସ । ବ୍ଲୁଟିଥ୍ ଜରିଆରେ ଆଟାକ୍ କରିବାକୁ ହେଲେ ହ୍ୟାକର୍ସକୁ ଆପଣଙ୍କ ରେଞ୍ଜରେ ଆସିବାରକୁ ପଡିଥାଏ । ଆଉ ପବ୍ଲିକ୍ ପ୍ଲେସ ହିଁ ଏପରି ଏକ ସ୍ଥାନ ଯେଉଁଠି ହ୍ୟାକ୍ କରିବା ପାଇଁ ହ୍ୟାକର୍ସକୁ ସୁଯୋଗ ଦେଇଥାଏ । ଏବେ ଆସନ୍ତୁ ଜାଣିବା କେମିତି ହ୍ୟାକର୍ସଙ୍କଠୁ ନିଜ ଫୋନ ହ୍ୟାକ୍ ହେବାରୁ ବଞ୍ଚାଇ ପାରିବେ ।
କୌଣସି ବି ଅଜଣା ବ୍ଲୁଟୁଥ୍ ପେୟାରିଂକୁ ଆକସେଫ୍ଟ କରନ୍ତୁ ନାହିଁ । କୌଣସି ଆବଶ୍ୟକତା ନଥିଲେ ବ୍ଲୁଟୁଥକୁ ବନ୍ଦ କରି ରଖନ୍ତୁ । ଏହାସହିତ ନିଜର ଫୋନ୍ ଏବଂ ସପ୍ଟୱେୟାରକୁ ଅପଡେଟ୍ କରି ରଖିବା ନିହାତି ଆବଶ୍ୟକ ପଡିଥାଏ ।