ରାଜଧାନୀରେ ଗର୍ଜିଲେ ଶିକ୍ଷକ, ସରକାରଙ୍କ ସହିତ ଶିକ୍ଷକଙ୍କ ଆଲୋଚନା ବିଫଳ । ଆଜି ବି ଚାଲିପାରିଲାନି ଗୃହକାର୍ଯ୍ୟ

137

କନକ ବ୍ୟୁରୋ: ତୃତୀୟ ଦିନରେ ବି ରାଜଧାନୀରେ ଧାରଣାରେ ବସିଛନ୍ତି ଶିକ୍ଷକ । ଆଜି ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାବି ମୁତାବକ ରାଜ୍ୟ ସରକାରଙ୍କ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସହ ଆଲୋକଚନା କରିଥିଲେ । କିନ୍ତୁ ଏହା ବିଫଳ ହୋଇଛି ।

ତିନି ଦଫା ଦାବି ନେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀ । ନୂତନ ପେନସନ ଯୋଜନାରେ ସରକାର ନୀତି ବିହୀନ ନିଷ୍ପତ୍ତି ନେଇଥିବା ଦର୍ଶାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି  । ଅନ୍ୟପଟେ ୨ୟ ଦିନରେ ବି ଚାଲିପାରିଲାନି ଗୃହ । ଗୃହ କାର୍ଯ୍ୟ ସ୍ୱାଭାବିକ ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ଶିକ୍ଷକ ପ୍ରସଙ୍ଗକୁ ନେଇ ଗୃହରେ ତାତିଥିଲେ ବିଜେପି ଓ କଂଗ୍ରେସ । ବାଚସ୍ପତିଙ୍କ ପୋଡିୟମ୍ ତଳେ ବିରୋଧୀଙ୍କ ଜୋରଦାର ପ୍ରତିବାଦ । ବାଚସ୍ପତିଙ୍କ ରୁଲିଂ ପରେ ବି ସରକାର ଆଲୋଚନା କରିନଥିବାରୁ ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ ।