ଆଜିଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ : ସୋମବାର ସକାଳ ଯାଏଁ ଦୋକାନ ବଜାର ବନ୍ଦ

କଟକଣାକୁ ଜୋରଦାର କରିବା ପାଇଁ ପୋଲିସର କଡ଼ାକଡ଼ି ଚେକିଂ

232

କନକ ବ୍ୟୁରୋ : ଆଜି ଓ ରବିବାର ରାଜ୍ୟର ସବୁ ସହରାଂଚଳରେ ସଟଡାଉନ । କିନ୍ତୁ ସକାଳେ ମର୍ଣ୍ଣିଂୱାକ୍ କରିବା ପାଇଁ ସରକାର ସକାଳ ୫ଟାରୁ ୬ଟା କୋହଳ କରିଛନ୍ତି ଏବଂ ରେଳଷ୍ଟେସନରୁ ମୋ ବସ୍ ଚଳାଚଳ କରିବା ପାଇଁ ଅନୁମତି ଦେଇଛନ୍ତି । ଏହାସହ ଏୟାରପୋର୍ଟ ଓ ରେଳ ଷ୍ଟେସନ ମଧ୍ୟରେ ବସ୍ ଚଳାଚଳ କରିବ ବୋଲି କୁହାଯାଇଛି । ଏହାରି ଭିତରେ ଗତକାଲି ରାତିରୁ ରାଜଧାନୀରେ କମିସନରେଟ୍ ପୁଲିସ ପକ୍ଷରୁ ଜୋରଦାର ଚେକିଂ ଆରମ୍ଭ ହୋଇଯାଇଛି ।

ସହରରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବିଭିନ୍ନ ଛକରେ ନାକାବନ୍ଦୀ କରି ଚେକିଂ କରାଯାଉଛି ।  କିନ୍ତୁ ଶନିବାର, ରବିବାର ସକାଳେ ମର୍ଣ୍ଣିଂୱାକ୍ କରିବା ପାଇଁ ସରକାର ସକାଳ ୫ଟାରୁ ୬ଟା କୋହଳ କରିଛନ୍ତି । ଏବଂ ରେଳଷ୍ଟେସନରୁ ମୋ ବସ୍ ଚଳାଚଳ କରିବା ପାଇଁ ଅନୁମତି ଦେଇଛନ୍ତି । ଏହାସହ ଏୟାରପୋର୍ଟ ଓ ରେଳ ଷ୍ଟେସନ ମଧ୍ୟରେ ବସ୍ ଚଳାଚଳ କରିବ ବୋଲି କୁହାଯାଇଛି ।

  • ସୋମବାର ସକାଳ ୫ ଟା ଯାଏଁ ସଟଡାଉନ
  • ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ
  • ତେବେ ସକାଳୁ ଘଂଟାଏ କୋହଳ ହେଲା ସପ୍ତାହନ୍ତ ସଟଡାଉନ
  • ପ୍ରାତଃ ଭ୍ରମଣ ଓ ବ୍ୟାୟମ ପାଇଁ କଟକଣା କୋହଳ
  • ଶନି ଓ ରବିବାର ସକାଳ ୫ଟାରୁ ୬ ଯାଏଁ ଲୋକମାନେ ମର୍ଣ୍ଣିଂୱାକ୍, ଜଗିଂ ଓ ସାଇକେଲିଂ କରିପାରିବେ
  • ସଟଡାଉନ ସମୟରେ କଟକ ଓ ଭୁବନେଶ୍ୱରରେ କିଛି ସ୍ଥାନରେ ମୋ ବସ ସେବା ଜାରି ରହିବ । ରେଳଷ୍ଟେସନରୁ ବସ ଚଳାଚଳ କରିବ
  • ଏୟାରପୋର୍ଟ ଓ ରେଳଷ୍ଟେସନ ମଧ୍ୟରେ ମୋ ବସ ଚଳାଚଳ କରିବ 
  • ସଟଡାଉନ ପାଇଁ କୌଣସି ପ୍ରକାର ପାସ ବ୍ୟବସ୍ଥା ହୋଇନାହିଁ 
  • ଅତ୍ୟାବଶ୍ୟକ ଓ ଜରୁରୀକାଳୀସେବାର କର୍ମଚାରୀ  ଯାତାୟତ କରିପାରିବେ
  • ନିଜ ସଂସ୍ଥାର ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ