ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ରହିବ ପାଗ । ଅଳ୍ପ କିଛି ସ୍ଥାନରେ ହୋଇପାରେ ସାମାନ୍ୟ ବର୍ଷା ।

373

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଲାରେ ମଧ୍ୟମଧରଣର ବର୍ଷା ଅନୁଭୂତ ହୋଇଛି । ସର୍ବାଧିକ ବର୍ଷା କେନ୍ଦୁଝର ଜିଲ୍ଲା ଯୋଡ଼ା ଠାରେ ୪୬.୨ମିଲିମିଟିର ହୋଇଥିବା ରେକର୍ଡ କରାଯାଇଛି । ‌ବର୍ତମାନ ପାଣିପାଗର ସ୍ଥିତି ଅନୁଯାୟୀ ମୌସୁମୀଜନିତ ନିମ୍ନଚାପ ରେଖା ରାଜସ୍ଥାନର ଗଙ୍ଗାନଗରରୁ ବାହାରି ହାଲୁଆର, ଗୋହ୍ବାଲିୟର, ସପ୍ନା, ଅମ୍ବିକାପୁର, ଓଡ଼ିଶାର ଝାରସୁଗୁଡ଼ା, ବାଲେଶ୍ବର ମଧ୍ୟ ଦେଇ ଦକ୍ଷିଣ ପୂର୍ବଦିଗରେ ଏହା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି ।

ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଓ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ କେତେ ଜିଲ୍ଲାର ଅଧିକାଂଶ ସ୍ଥାନରେ ମଧ୍ୟମଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଆସନ୍ତା କାଲିଠାରୁ ବର୍ଷାର ପରିମାଣ ହ୍ରାସ ପାଇବାର ସମ୍ଭାବନା ରହିଛି । ଆଗାମୀ ୫ଦିନ ପାଇଁ ପ୍ରବଳ ବର୍ଷାର କୌଣସି ପ୍ରକାର ୱାର୍ଣ୍ଣିଂ ଜାରି କରାଯାଇନାହିଁ । ଆଜି ଭୁବନେଶ୍ବର ଓ କଟ‌କରେ ମୁଖ୍ୟତଃ ପାଗ ମେଘାଛନ୍ନ ରହିବ । ସମୟ ସମୟରେ ମଧ୍ୟମରୁ ତୀବ୍ର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।