ଦଳରେ ସ୍ଥାନ ପାଇଲେ ବିରାଟ କୋହଲି : ଏସିଆ କପ୍ ପାଇଁ ଦଳ ଘୋଷଣା କଲା ବିସିସିଆଇ; ଟିମକୁ ଫେରିଲେ କେଏଲ ରାହୁଲ

315

କନକ ବ୍ୟୁରୋ : ଅଗଷ୍ଟ ୨୭ରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ଭାରତୀୟ କିକ୍ରେଟ ଦଳ ଟିମ୍ ଘୋଷଣା କରିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ପଡିଆକୁ ଓହ୍ଲାଇବାକୁ ଯୋଜନା କରୁଥିବା ବେଳେ ଟିମକୁ ଫେରିଛନ୍ତି ଫର୍ମରେ ନ ଥିବା ବ୍ୟାଟର ବିରାଟ କୋହଲି । ତେବେ ଆହତ ସମସ୍ୟା ଯୋଗୁ ଦଳରୁ ବାଦ ପଡିଛନ୍ତି ପେସର ବୋଲର ଜଶପ୍ରିତ ବୁମରା ଓ ହର୍ଷଲ ପଟେଲ । ସେହିପରି ଆହତ ଯୋଗୁ ଦଳରୁ ବାଦ ପଡିଥିବା ଓପନର କେଏଲ ରାହୁଲ ଟିିମରେ ସାମିଲ ହୋଇଛନ୍ତି ।

ଘୋଷଣା ହୋଇଥିବା ୧୫ ଜଣିଆ ଦଳରେ ଦୁଇ ୱିକେଟ କିପର ରିଷବ ପନ୍ତ ଏବଂ ଦୀନେଶ କାର୍ତିକଙ୍କୁ ମଧ୍ୟ ସାମିଲ କରାଯାଇଛି । ଫର୍ମରେ ଥିବା ଶେୟସ ଆୟର, ଅକ୍ସର ପଟେଲକୁ ସାମିଲ କରାଯାଇଥିବା ବେଳେ ଅତିରିକ୍ତ ଖେଳାଳୀ ଭାବେ ଦିପକ ଚହରଙ୍କୁ ଦଳରରେ ସାମିଲ କରାଯାଇଛି । ଅଗଷ୍ଟ ୨୭ରୁ ୧୧ ସେପ୍ଟେମ୍ବର ମଧ୍ୟରେ ଏହି ଟି-୨୦ ଟୁର୍ଣ୍ଣାମେଂଟ ଖେଳାଯିବାର ଅଛି । ମୋଟ ୬ ଟି ଦଳ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଗ୍ରୁପ ଏ ରେ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନ ଭାରତ ସହ ଏକ ନୂଆ ଦଳ ରହିଛି । ଗ୍ରୁପ ବିରେ ରହିଛନ୍ତି ଶ୍ରିଲଙ୍କା, ଆଫଗାନିସ୍ଥାନ, ବାଙ୍ଗଲାଦେଶ ।

ସୂଚନାଯୋଗ୍ୟ ଯେ ଏସିଆ କପ୍ ଚଳିତମାସ ୨୭ ତାରିଖରୁ ୟୁଏଇରେ ଆରମ୍ଭ ହେବ । ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଖେଳାଯିବାକୁ ଥିବା ଏହି ୬ ଦଳିଆ ପ୍ରତିଯୋଗିତା ସେପ୍ଟେମ୍ବର ୧୧ରେ ଶେଷ ହେବ । ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ସହ ୟୁଏଇ, କୁଏତ, ସିଙ୍ଗାପୁର, ହଂକଂ ମଧ୍ୟରୁ ଗୋଟିଏ ଦଳ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିବ । ଭାରତ ତା’ର ଅଭିଯାନ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ ।

ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଆର ଅଶ୍ବିନ, ୟୁଝବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ଅୱେଶ ଖାନ୍।