ପାଣି ପାଇଁ ସଂଘର୍ଷ ! ବଲାଙ୍ଗୀର ବେଲପଡାରେ ପିଇବା ପାଣି ଯୋଗଣ ଦାବିରେ ଆନ୍ଦୋଳନ

23

କନକ ବ୍ୟୁରୋ: ପାଣି ପାଇଁ ଆନ୍ଦୋଳନ । ଗରା ବାଲଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା । ପିଇବା ପାଣି ଯୋଗାଣ ଦାବିରେ ବଲାଙ୍ଗୀର ବେଲପଡାର ମହିଳାମାନେ ଆନ୍ଦୋଳନ କରିଛନ୍ତି । ଗରା,ବାଲଟି ଧରି ଆନ୍ଦୋଳନ କରିଛନ୍ତି ମହିଳା । ଅସହ୍ୟ ତାତି ସାଙ୍ଗକୁ ପିଇବା ପାଣି ଯୋଗାଣ ଠିକ୍ ଭାବରେ ହେଉନଥିବାରୁ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି । ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ମହିଳାମାନେ ଦାବି କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ବଲାଙ୍ଗୀର-କଂଟାବାଂଜି ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –