ଜମି ବିବାଦକୁ ନେଇ ବୁର୍ଲାରେ ଗୋଷ୍ଠୀ ସଂଘର୍ଷ ବେଳେ ବୁଲିଲା ବନ୍ଧୁକ : ପ୍ରତିପକ୍ଷଙ୍କୁ ଡବଲ ବ୍ୟାରେଲ ବନ୍ଧୁକ ଦେଖାଇ ଡରାଇଲେ ଅବସରପ୍ରାପ୍ତ ପ୍ରଫେସରଙ୍କ ପୁଅ

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

160

କନକ ବ୍ୟୁରୋ : ଜମିବାଡିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ବେଳେ ବୁଲିଲା ବନ୍ଧୁକ । ବନ୍ଧୁକ ବୁଲାଇଲେ ଜଣେ ଶିକ୍ଷକଙ୍କ ପୁଅ । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏକ ଜମିବାଡି ବିବାଦକୁ କେନ୍ଦ୍ରକରି ସମ୍ବଲପୁର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବୁର୍ଲା ଥାନା ପଂଚମୁଖୀ ଢାବା ନିକଟରେ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଆଉ ପ୍ରତିପକ୍ଷଙ୍କୁ ଭୟଭିତ କରିବାକୁ ଏହି ଡବଲ ବ୍ୟାରେଲ ଗନ୍ ଧରି ଚାଲିଆସିଥିଲେ ଅବସରପ୍ରାପ୍ତ ପ୍ରଫେସରଙ୍କ ପୁଅ ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର କେଶବ ପଣ୍ଡାଙ୍କ ପୁଅ ଏହି ବନ୍ଧୁକ ଧରିଥିବା ଜଣାପଡିଛି । ତେବେ ଘଟଣାକୁ ନେଇ ଉଭୟ ଗୋଷ୍ଠୀ ଥାନାରେ ଏତଲା ଦେବାପରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ବନ୍ଧୁକ ରଖିଥିବା ପ୍ରଫେସର କେଶବ ପଣ୍ଡାଙ୍କ ସହ ତାଙ୍କ ଦୁଇପୁଅ ଦୁର୍ଗେଶ ଓ ଦୀନେଶଙ୍କୁ ପୋଲିସ ଗିରଫ କରିଛି । ସେହିପରି ଅପର ଗୋଷ୍ଠୀର ବସନ୍ତ ନାୟକ ଓ ମଧୁ ସିଂ ନମରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗଣ୍ଡଗୋଳ ସ୍ଥଳରେ ବୁଲିଥିବା ବନ୍ଧୁକଟି ଅବସରପ୍ରାପ୍ତ ପ୍ରଫେସରଙ୍କର ବୋଲି ଜଣାପଡିଛି ।