କନକ ବ୍ୟୁରୋ : ବଡ ଭାଇକୁ ଛୁରୀ ମାଡ କଲା ସାନ ଭାଇ । ଖଣ୍ଡଗିରି ଅଂଚଳର ବେଗୁନିଆପଡାରେ ଘଟିଛି ଏହି ଅଭାବନୀୟ ଘଟଣା । କୌଣସି କଥାକୁ ନେଇ ବଡ ଭାଇ ମହମ୍ମଦ ଫୟାଜଙ୍କୁ ଛୁରୀରେ ଆକ୍ରମଣ କରିଥିଲା ସାନ ଭାଇ ମହମ୍ମଦ ତୌସିକ । ସାନ ଭାଇର ଛୁରୀ ମାଡରେ ବଡ ଭାଇ ଫୟାଜଙ୍କ ପେଟରେ ଗୁରୁତର ଆଘାତ ଲାଗିଛି । ସାନ ଭାଇ ଛୁରି ମାଡ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ବଡ ଭାଇକୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଅନ୍ୟପଟେ ଖବର ପାଇ ଖଣ୍ଡଗିରି ପିସିଆର ଭ୍ୟାନ ପହଂଚି ସାନ ଭାଇକୁ କାବୁ କରିଛି ।
ବଡ ଭାଇକୁ ଛୁରୀ ମାଡ କଲା ସାନ ଭାଇ : ଖଣ୍ଡଗିରି ଅଂଚଳର ବେଗୁନିଆପଡାରେ ଘଟିଛି ଏହି ଅଭାବନୀୟ ଘଟଣା
/kanak/media/post_attachments/wp-content/uploads/2021/07/32-1.jpg)