ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାରେ ନାମାଙ୍କନପତ୍ର ଦାଖଲ ଶେଷ । ୪ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ୩୯ ପ୍ରାର୍ଥୀ, ନବରଙ୍ଗପୁରରେ ମାତ୍ର ୪ ପ୍ରାର୍ଥୀ କଲେ ନାମାଙ୍କନ ।

124

କନକ ବ୍ୟୁରୋ : ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଗତକାଲି ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ୩୯ ପ୍ରାର୍ଥୀ । ସେହିଭଳି ମୋଟ ୭୫ ସେଟ୍ ନାମାଙ୍କନପତ୍ର ଦାଖଲ କରାଯାଇଛି ।

କୋରାପୁଟ ଆସନ ପାଇଁ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ନବରଙ୍ଗପୁରରେ ସର୍ବନିମ୍ନ ୪ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଭରିଛନ୍ତି । ସେହିଭଳି ବ୍ରହ୍ମପୁର ଓ କଳାହାଣ୍ଡିରେ ୧୧ ଜଣ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ଏହି ୩୯ ଜଣ ପ୍ରାର୍ଥୀଙ୍କ ମଧ୍ୟ କିଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରୁଛି ଏବଂ କାହାର ନାମାଙ୍କନପତ୍ର ଖାରଜ ହେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଏହି ୪ ଆସନ ପାଇଁ କେତେଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇବେ ତାହା ସ୍ପଷ୍ଟ ହୋଇଯିବ । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ୧୩ ମେ’ରେ ମତଦାନ ହେବ ।