ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ମେ ୨୦ରେ ୫ ଲୋକସଭା , ୩୫ ବିଧାନସଭା ଆସନରେ ହେବ ଭୋଟିଂ ।

482

କନକ ବ୍ୟୁରୋ: ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଦ୍ଧିବଦ୍ଧ ବିଜ୍ଞପ୍ତି । ସୁନ୍ଦରଗଡ, ବଲାଙ୍ଗୀର, ଆସ୍କା, କନ୍ଧମାଳ, ବରଗଡ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ମେ ୨୦ରେ ୫ ଲୋକସଭା ଓ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନରେ ଭୋଟିଂ ହେବ । ଏଥିପାଇଁ ଏପ୍ରିଲ ୨୬ରୁ ମେ ୩ ତାରିଖ ଯାଏଁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ମେ ୪ ରେ ନାମାଙ୍କନ ଯାଞ୍ଚ ହେବ । ୬ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇପାରିବ । ଏହାସହ ମେ ୨୦ରେ ପଡିବ ଭୋଟ୍ । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ନାଁ ଭରିଛନ୍ତି ୪୮୩ ପ୍ରାର୍ଥୀ । ବ୍ରହ୍ମପୁରରେ ସର୍ବାଧିକ ୩୦ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି ।