ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଆଗରେ ଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ପ୍ରବଳ ଖରା ଯୋଗୁଁ ଯୁକ୍ତ୩ ଦ୍ୱିତୀୟ ବର୍ଷ ପରୀକ୍ଷା ଘୁଞ୍ଚାଇବାକୁ ଦାବି ।

126

କନକ ବ୍ୟୁରୋ: +୩ ଦ୍ୱିତୀୟ ବର୍ଷ ପରୀକ୍ଷା ଘୁଂଚାଇବା ଦାବି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ବିଶ୍ୱବିଦ୍ୟାଳୟ ଆସି ପରୀକ୍ଷା ଦେବା ସମ୍ଭବ ନୁହେଁ, ତେଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ତାରିଖ ଘୁଞ୍ଚାଇଦିଅନ୍ତୁ ବୋଲି ଛାତ୍ରୀମାନେ ଦାବି କରିଛନ୍ତି । ଏହି ଦାବି ନେଇ ଗୁରୁବାର କୁଳପତିଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦିଆଯାଇଥିବା ବେଳେ ଆଜି ଫାଟକ ସମ୍ମୁଖରେ ଛାତ୍ରୀମାନେ ଧାରଣାରେ ବସିଛନ୍ତି ।