ପାଣି ନାହିଁ ତ ଭୋଟ୍ ନାହିଁ । ବାଲେଶ୍ୱର ବସ୍ତାରେ ନେତାଙ୍କୁ ଜବାବ୍ ଦେବାକୁ ଚେତାବନୀ ଶୁଣାଇଲେ ମହିଳା ଭୋଟର ।

64

କନକ ବ୍ୟୁରୋ: ପାଣି ସମସ୍ୟାର ସମାଧାନ ନକେଲେ ଭୋଟ ବର୍ଜନ କରିବେ ଗ୍ରାମବାସୀ । ଗାଁରେ ମିଳୁନି ପିଇବା ପାଣି । ଗାଁରେ ଥିବା ଏକମାତ୍ର ନଳକୂଅ ଅଚଳ ହୋଇଯାଇଛି । ବସୁଧା ଯୋଜନାରେ ପାଇପ୍ ପାଣି ଆସୁନାହିଁ । ଲୋକମାନେ ରାସ୍ତା କଡରେ ଥିବା ନୟନଯୋଡିର ଅପରିଷ୍କାର ପାଣି ପିଉଛନ୍ତି । ଜଳ ସମସ୍ୟାକୁ ନେଇ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଜଣାଇଛନ୍ତି । ହେଲେ କେହି କିଛି ବୁଝିଲେ ନାହିଁ । ତେଣୁ ଏଥର ଆଉ ଭୋଟ ଦେଇ ନେତା ବାଛିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ଗାଁର ମହିଳା । ନିର୍ବଚନ ମତଦାନ ଆଗରୁ ଯଦି ଗାଁର ଜଳକଷ୍ଟ ଦୂର ନହୁଏ ତେବେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଥେଙ୍ଗଡିଆ ଗାଁର ଗ୍ରାମବାସୀ ।