ଟ୍ରକ ଧକ୍କାରେ ଗଲା ୩ ବାଇକ୍ ଆରୋହୀଙ୍କ ଜୀବନ । ସୁନ୍ଦରଗଡ ଦର୍ଲିପାଲିରେ ମର୍ମନ୍ତୁଦ ଦୁର୍ଘଟଣା । 

243

କନକ ବ୍ୟୁରୋ: ଟ୍ରକ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ ଦର୍ଲିପାଲୀରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ବାଇକ୍କୁ ଅଜଣା ଟ୍ରକ ଧକ୍କା ଦେବାରୁ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଯୁବକମାନେ ସ୍ଥାନୀୟ ଅଂଚଳର ।  ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟେକ୍ତ ଲୋକ ଏନଟିପିସି ପାୱାର ପ୍ଲାଣ୍ଟ କଲୋନୀ ସମ୍ମୁଖରେ ରାସ୍ତା ଅବରୋଧ କରିଛନ୍ତି ।