ପ୍ରୟାଗରାଜରେ ଶାନ୍ତିପୂର୍ଣ୍ଣଭାବେ ନମାଜ ଶେଷ। ସହରର ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ।

100

କନକ ବ୍ୟୁରୋ : ଉତ୍ତରପ୍ରଦେଶ ପ୍ରୟାଗରାଜ ସମେତ ଅନ୍ୟ ସବୁ ଜିଲ୍ଲାରେ ମସଜିଦରେ ନମାଜ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି । ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ନମାଜ ପରେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି । ସେପଟେ ଉତ୍ତର ପ୍ରଦେଶ ପୋଲିସର ଆଇନ ଶୃଙ୍ଖଳା ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ଆଜିର ନମାଜ ପାଇଁ ପୋଲିସ ବ୍ୟାପକ ପ୍ରସ୍ତୁତି କରିଥିଲା ।

ପ୍ରୟାଗରାଜର ଜିଲ୍ଲାପାଳ ସଞ୍ଜୟ କ୍ଷତ୍ରୀ ଏବଂ ଏଏସପି ଅଜୟ କୁମାର କହିଛନ୍ତି, ଜିଲ୍ଲାର ସମସ୍ତ ମସଜିଦରେ ନମାଜ ଶାନ୍ତିପୂର୍ଣ୍ଣ ଭାବେ ହୋଇଛି । ସ୍ଥିତିରେ ସୁଧାର ଆସିଥିବା ବେଳେ ସ୍ଥାନୀୟ ବଜାର ମଧ୍ୟ ଖୋଲାରହିଛି । ତେବେ ପୋଲିସ ଫୋର୍ସ ମଧ୍ୟ ସତର୍କତାର ସହ ବିଭିନ୍ନ ସ୍ଥାନରେ ନଜର ରଖିଛନ୍ତି ।

ବତ୍ତମାନ ମଧ୍ୟ ପ୍ରତ୍ୟେକ ସେକ୍ଟରରେ ବ୍ୟାପକ ପୋଲିସ ମୁତୟନ ରହିଛନ୍ତି, ଜିଲ୍ଲାର ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧିକାରୀ ପୂରା ପ୍ରସ୍ତୁତିର ନିରୀକ୍ଷଣ କରିଛନ୍ତି । ପ୍ରତ୍ୟେକ ସ୍ଥାନରେ ଭିଡିଓଗ୍ରାଫି ମଧ୍ୟ ହେଉଛି । ଲୋକଙ୍କ ପ୍ରତ୍ୟେକ ଗତିବିଧି ଉପରେ ନଜର ରହିଛି । ତେବେ ସବୁ ସ୍ୱାଭାବିକ ହେବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି କୁହାଯାଇପାରେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।