ଗ୍ଲୋବାଲ ପିସ୍ ଇଣ୍ଡେକ୍ସ-୨୦୨୨: ଆଇସଲାଣ୍ଡ ବିଶ୍ୱର ଶାନ୍ତପ୍ରିୟ ଦେଶ। ସବୁଠାରୁ ଅଶାନ୍ତ ଦେଶ କିଏ ପଢନ୍ତୁ…

170

କନକ ବ୍ୟୁରୋ : ପ୍ରକାଶ ପାଇଛି ଗ୍ଲୋବାଲ ପିସ୍ ଇଣ୍ଡେକ୍ସ ୨୦୨୨ର ରିପୋର୍ଟ । ବିଶ୍ୱର ସବୁଠାରୁ ଶାନ୍ତ ଦେଶ ଭାବେ ଆଇସଲାଣ୍ଡକୁ ଏଥିରେ ପ୍ରଥମ ସ୍ଥାନରେ ରହିଛି । ସେହିଭଳି ନ୍ୟୁଜିଲାଣ୍ଡ ଓ ଆୟାରଲାଣ୍ଡ ମଧ୍ୟ ଏହି ତାଲିକାରେ ରହିଛନ୍ତି । ନିକଟରେ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଆଇସଲାଣ୍ଡ ବିଶ୍ୱର ଶାନ୍ତ ଦେଶ ବୋଲି କୁହାଯାଇଛି । ଏହି ଇଣ୍ଡେକ୍ସରେ ୧୬୩ ଦେଶର ସାମିଲ ରହିଛନ୍ତି । ଇଣ୍ଡେକ୍ସର ତଥ୍ୟ ଅନୁସାରେ ଭାରତର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଗତବର୍ଷ ଭାରତ ଏହି ତାଲିକାର ୧୩୮ ତମ ସ୍ଥାନରେ ଥିବା ବେଳେ ଚଳିତ ଥର ତିନିଟି ସ୍ଥାନ ଉପରୁ ଉଠି ୧୩୫ତମ ସ୍ଥାନରେ ପହଞ୍ଚିଛି ।

ଇଣ୍ଡେକ୍ସରେ ପ୍ରଥମ ସ୍ଥାନରେ ଥିବା ଦେଶ ସବୁଠାର ଶାନ୍ତ ଓ ଶେଷ ସ୍ଥାନରେ ଥିବା ଦେଶ ସବୁଠାରୁ ଅଶାନ୍ତ ଦେଶ ଭାବେ ବିବେଚନା ହୋଇଛିା

କିଏ ପ୍ରସ୍ତୁତ କରେ ଗ୍ଲୋବାଲ ପିସ୍ ଇଣ୍ଡେକ୍ସ?

ଗ୍ଲୋବାଲ ପିସ୍ ଇଣ୍ଡେକ୍ସ ପ୍ରସ୍ତୁତ କରିବାର କାମ ଇନଷ୍ଟିଚ୍ୟୁଟ୍ ଫର ଇକୋନୋମିକ୍ସ ଆଣ୍ଡ ପିସ୍ (ଆଇପି) କରିଥାଏ । ଏହି ଇଣ୍ଡେକ୍ସକୁ ସାରା ବିଶ୍ୱର ଅନ୍ତରାଷ୍ଟ୍ରୀୟ ଶାନ୍ତି ବିଶେଷଜ୍ଞର ଏକ ପ୍ୟାନେଲ ତିଆରି କରିଥାଏ । ଅର୍ଥନୈତିକ ଗୁଇନ୍ଦା ୟୁନିଟରୁ ଜାରି ହେଉଥିବା ତଥ୍ୟର ବ୍ୟବହାର କରି ଏହି ଇଣ୍ଡେକ୍ସକୁ ପ୍ରସ୍ତୁତ କରାଯାଇଥାଏ । ଏହି ତଥ୍ୟରୁ ଜଣାପଡିଥାଏ କେଉଁ ଦେଶରେ କେତେ ଅଶାନ୍ତି ବ୍ୟାପିବାରେ ଲାଗୁଛି । ଏହି ଆଧାରରେ କେଉଁ ଦେଶ ଅଶାନ୍ତ ଆଉ କିଏ ଶାନ୍ତ ତାହା ସ୍ପଷ୍ଟ ହୋଇଥାଏ ।

କିଛି ତଥ୍ୟକୁ ଆଧାର କରି ଏହି ରିପୋର୍ଟକୁ ପ୍ରସ୍ତୁତ କରାଯାଏ । ଯେମିତି- ଦେଶରେ ଗୃହଯୁଦ୍ଧର ସ୍ଥିତି, ପଡୋଶୀ ଦେଶ ସହ ସମ୍ବନ୍ଧ, ଆତଙ୍କବାଦରସ୍ତର, ସମାଜରେ ବଢୁଥିବା ଅପରାଧ, ଜେଲ ଯାଉଥିବା ଲୋକଙ୍କ ସଂଖ୍ୟା, ଜିଡିପି ଅନୁସାରେ ସେନା ଉପରେ ହୋଉଥିବା ଖର୍ଚ୍ଚ ଭଳି ୨୩ଟି ତଥ୍ୟ ନେଇ ଏହି ପୂରା ରିପୋର୍ଟକୁ ପ୍ରକାଶ କରାଯାଇଥାଏ । ଗ୍ଲୋବାଲ ପିସ୍ ଇଣ୍ଡେକ୍ସର ପ୍ରଥମ ସ୍ଥାନରେ ରହିବାର ଅର୍ଥ ସେହି ଦେଶ ସବୁଠାରୁ ଶାନ୍ତ ।

ତେବେ ଶେଷରେ ଥିବା ଦେଶ ବିଶ୍ୱର ସବୁଠାର ଅଶାନ୍ତ ଦେଶରେ ଗଣତି ହେଇଥାନ୍ତି । ଯଦି ତାଲିକାକୁ ଆମେ ଦେଖିବା ଅଶାନ୍ତ ତାଲିକାରେ ପ୍ରଥମ ସ୍ଥାନରେ ଆଫଗାନିସ୍ତାନ ରହିଛି । ସେହିଭଳି ୟେମେନ, ସିରିଆ, ଋଷ, ଦକ୍ଷିଣ ସୁଦାନ, ଡେମୋକ୍ରାଟିକ ରିପବ୍ଲିକ୍ ଅଫ୍ କଙ୍ଗୋ ଅଶାନ୍ତ ଦେଶ ତାଲିକାରେ ଆଗରେ ରହିଛନ୍ତି ।