ଆର୍କାଟିକ ମହାସାଗରରେ ବଢୁଛି ବରଫ! ଜଳବାୟୁ ପରିବର୍ତ୍ତନ ଘଟୁଥିବାର ସତ୍ୟତା ନାହିଁ । ପଢନ୍ତୁ ପୂରା ରିପୋର୍ଟ…

213

କନକ ବ୍ୟୁରୋ : ନିକଟରେ ଗୋଟିଏ ରିପୋର୍ଟ ପ୍ରକାଶ ପାଇଛି । ଏଥିରୁ ଜଣାପଡିଛି ଆର୍କାଟିକ ମହାସାଗରରେ ବରଫର ସ୍ତର ବଢିବାରେ ଲାଗିଛି । ଏହା ମଧ୍ୟ ଦାବି କରାଯାଇଛି ଜଳବାୟୁ ପରିବର୍ତ୍ତନକୁ ନେଇ ଯେଉଁ ଚିନ୍ତା କରାଯାଉଛି ତାହା ବ୍ୟର୍ଥ । ଜଳବାୟୁ ପରିବର୍ତ୍ତନର କିଛି ସତ୍ୟତା ନାହିଁ । ସାରା ବିଶ୍ୱରେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ବା ଗ୍ଲୋବାଲ ୱାର୍ମିଂଙ୍କୁ ନେଇ ଅନେକ ସମ୍ମିଳନୀ ହେଉଛି । ଆଲୋଚନାଚକ୍ରରେ ଏହାର କେଉଁଭଳି ନିରାକରଣ କରାଯାଇପାରିବ ସେନେଇ ଚିନ୍ତା କରାଯାଉଛି । ତେବେ ଏହାରି ଭିତରେ ଯେଉଁ ରିପୋର୍ଟ ଆସିଛି ତାହା ସମସ୍ତଙ୍କୁ ଚକିତ କରିଛି ।

ଗୋଟିଏ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆର୍କାଟିକ ମହାସାଗରରେ ହିମ୍ ସ୍ତର ବା ବରଫର ସ୍ତର ବଢୁଥିବାର ଦାବି ହୋଇଛି । ଜଳବାୟୁ ପରିବର୍ତ୍ତନର କଥାକୁ ଏଥିରେ ଅସ୍ୱୀକାର କରାଯାଇଛି । ତେବେ ସତ କଣ ?

ବୈଜ୍ଞାନିକମାନେ ଏନେଇ ଥିବା ଦ୍ୱନ୍ଦକୁ ଦୂର କରିଛନ୍ତି । ସେମାନଙ୍କ କହିବାକଥା ଏହି ତଥ୍ୟ ଲୋକଙ୍କୁ ଭ୍ରମିତ କରିବା ପାଇଁ । କେବଳ ଏତିକି ନୁହେଁ ସେମାନେ କହିଛନ୍ତି ଦୀର୍ଘକାଳିନ ତଥ୍ୟକୁ ବ୍ୟବହାର କରି ଜଳବାୟୁ ପରିବର୍ତ୍ତନର ଆକଳନ କରାଯାଇପାରେ । କେବଳ ବାର୍ଷିକ ତଥ୍ୟ ବା ରିପୋର୍ଟକୁ ନେଇ ଏହାକୁ ଆକଳନ କରାଯାଇପାରିବ ନାହିଁ । ପିଟିଆଇ ପୂର୍ବରୁ ରୟଟର୍ସ ମଧ୍ୟ ଏହି ରିପୋର୍ଟର ସତ୍ୟତାକୁ ପରୀକ୍ଷା କରିଥିଲା ବା ଫ୍ୟାକ୍ଟ ଚେକ କରିଥିଲା । ତେବେ ଜଣାପଡିଥିଲା ଏହା ଭ୍ରମାତ୍ମକ । ସେପଟେ ସେହି ନିଦ୍ଧିଷ୍ଟ ୱେବସାଇଟ ନିଜ ତଥ୍ୟ ଉପରେ କାଏମ ରହିଛି । ତାଙ୍କର କହିବା କଥା ଫ୍ୟାକ୍ଟ ଚେକ୍ ବା ସତ୍ୟତା ପରୀକ୍ଷା କରିଥିବା ଏଜେନ୍ସି ଆମ ତଥ୍ୟକୁ ଭ୍ରମାତ୍ମକ କହୁଛି, ତେବେ କିଛି ଭୁଲ ତଥ୍ୟ ବାହାର କରିପାରିନାହାନ୍ତି ।

ଆସନ୍ତୁ ଜାଣିବା ରିପୋର୍ଟ କେଉଁଭଳି ପ୍ରସ୍ତୁତ ହୋଇଛି, କଣ ଦାବି ହୋଇଛି ଆଉ ବୈଜ୍ଞାନିକ କେଉଁସବୁକୁ ଭ୍ରମାତ୍ମକ କହୁଛନ୍ତି ।

ରିପୋର୍ଟରେ କଣ ଦାବି କରାଯାଇଛି?
ୟୁରୋପିଆନ ୟୁନିୟନ ଦ୍ୱାରା ପରିଚାଳିତ ଆର୍ଥ ଅବଜରଭେସନ ପ୍ରୋଗ୍ରାମ ବା ପୃଥିବୀ ଅବଲୋକନ କାର୍ଯ୍ୟକ୍ରମ ‘କୋପରନିକସ’ର ତଥ୍ୟ ଉପରେ ଆଧାରିତ ‘ଦ ଡେଲି ସ୍କେପାଟିକ’ରେ ପ୍ରକାଶିତ ରିପୋର୍ଟ ଫେସବୁକ ଠାରୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ବର୍ତ୍ତମାନ ସୁଦ୍ଧା ଏହାକୁ ୪ ହାଜରରୁ ଅଧିକ ଲୋକ ଲାଇକ କରିସାରିଛନ୍ତି । ୨ ହଜାରରୁ ଅଧିକ ଥର ଏହା ରିଟ୍ୱିଟ୍ ହୋଇସାରିଛି ।
ରିପୋର୍ଟରେ କୁହାଯାଇଛି, ଆର୍କାଟିକ ମହାସାଗରରେ ହିମ ବା ବରଫରସ୍ତର ବଢିଚାଲିଛି, ଏହା ୧୯୯୧ରୁ ୨୦୨୦ ମଧ୍ୟରେ ସ୍ୱାଭାବିକ ସ୍ତରର ହାରାହାରି ପାଖାପାଖି ରହିଛି । ତେବେ ୨୦୧୨ରେ ଏହା ନିମ୍ନ ସ୍ତରରୁ ଉପରେ ରହିଥିଲା ଏବଂ ୨୦୨୦ର ସ୍ତରଠାରୁ ଅଧିକ ଥିଲା । ଏହା କୌଣସି ଚିନ୍ତାଜନକସ୍ତରରେ ନାହିଁ ବା ପ୍ରଳୟର କୌଣସି ସଙ୍କେତ ମିଳିନାହିଁ ।

ନିକଟରେ ଏହି ରିପୋର୍ଟର କିଛି ଧାଡି ଭାଇରାଲ ହେଉଛି, ଏଥିରେ ସ୍ପଷ୍ଟ ଲେଖାହୋଇଛି ଆର୍କାଟିକ ସମୁଦ୍ରରେ ହିମ ସ୍ତର ବର୍ତ୍ତମାନ ୧୯୯୧-୨୦୨୦ରେ ହାରାହାରି ପାଖାପାଖି ରହିଛି । ୨୦୧୨ରେ ଏହା ନିମ୍ନ ବିନ୍ଦୁରୁ ଉପରେ ଏବଂ ୨୦୨୦ରେ ଏହା ଅଧିକ ରହିଥିଲା । ୟୁରୋପୀୟ ସଂଘର ପୃଥିବୀ ଅବଲୋକନ କାର୍ଯ୍ୟକ୍ରମ ‘କୋପରନିକୋସ’ର ତଥ୍ୟ ଅନୁସାରେ ୨୦୨୧ ମାର୍ଚ୍ଚରେ ସମୁଦ୍ର ହିମସ୍ତରର ସୀମା ୩୦ ବର୍ଷର ହାରାହାରି ଠାରୁ ୩ ପ୍ରତିଶତ କମ ରହିଛି ।

ତଥ୍ୟ ସଠିକ କିନ୍ତୁ ନିଷ୍କର୍ଷ ଭ୍ରମାତ୍ମକ
ତେବେ ଏହି ରିପୋର୍ଟକୁ ନେଇ ଖବର ସରବରାହ ସଂସ୍ଥା ପିଟିଆଇ ଯେଉଁ ବୈଜ୍ଞାନିକଙ୍କ ସହ ଆଲୋଚନା କରିଥିଲା ସେମାନେ ‘କୋପରନିକୋସ’ର ତଥ୍ୟ ସହ ସହମତ ଥିଲେ । ତେବେ ସେହି ସଂସ୍ଥା ଯେଉଁ ନିଷ୍କର୍ଷରେ ପହଞ୍ଚିଛି ତାହା ଭ୍ରମାତ୍ମକ ବୋଲି କହିଥିଲେ । ପୁଣେରେ ଥିବା ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥାନର ରେସ୍କ୍ୟୁ ମେଥ୍ୟୁ କୋଲଙ୍କ କହିବା ଅନୁସାରେ ଅନୁସାରେ ଏହି ତଥ୍ୟ ୨୦୨୧ର ବାର୍ଷିକ ରିପୋର୍ଟ ଆଧାରରେ ପ୍ରସ୍ତୁତ ହୋଇଛି । ତେବେ ଜଳବାୟୁ ପରିବର୍ତ୍ତନର ଫଳାଫଳ ୨୦ରୁ ୨୫ ବର୍ଷ ବା ତାଠାରୁ ଅଧିକ ବର୍ଷର ତଥ୍ୟକୁ ଦେଖି ସ୍ଥିର କରାଯାଇଛି ।

ଦୀର୍ଘକାଳିନ ତଥ୍ୟ ଉପରେ ଆକଳନ କରିବା ଦରକାର
ସାଉଦି ଆରବର ଜେଦାହରେ ଥିବା କିଙ୍ଗ ଅବଦୁଲ ଅଜିଜ ବିଶ୍ୱବିଦ୍ୟାଳୟର ପାଣିପାଗ ବିଭାଗର ଜଳବାୟୁ ପରିବର୍ତ୍ତନ ବିଭାଗରେ ନିର୍ଦ୍ଦେଶକ ଅଲମାଜରୁଇ କହିଛନ୍ତି, ଏହା ଧ୍ୟାନ ରଖିବା ମହତ୍ତ୍ୱପୂର୍ଣ୍ଣ ଯେ ଜଳବାୟୁ ପରିବର୍ତ୍ତନ ୨୦ରୁ ୩୦ ବର୍ଷର ସମୟକୁ ନେଇ ଆକଳନ ହୋଇଥାଏ । ଆମର ପୃଥିବୀ ପ୍ରଣାଳୀରେ ପରିବର୍ତ୍ତନଶିଳତା ବିଭିନ୍ନ ପ୍ରକାର ରହିଛି, ପ୍ରତ୍ୟେକ ବର୍ଷ ଏହା ପରିବର୍ତ୍ତନ ହୋଇପାରେ । ସେ ଆହୁରି ମଧ୍ୟ କହିଛନ୍ତି, ଆର୍କାଟିକ ମହାସାଗରରେ ବରଫ ହାଲକା ବୃଦ୍ଧି ଆଧୁନିକ ବିଜ୍ଞାନର ନିଷ୍କର୍ଷକୁ ଖଣ୍ଡନ କରାଯାଇନପାରେ । ତେବେ ରିପୋର୍ଟରେ ଯେଉଁ ନିଷ୍କର୍ଷ ବାହାର କରାଯାଇଛି ଜଳବାୟୁ ପରିବର୍ତ୍ତନର ସମୟାନୁସାରେ ପ୍ରସ୍ତୁତ କରାଯିବା ଦରକାର ।

ବିଶ୍ୱ ତାପମାନ ବୃଦ୍ଧିକୁ ମନାକରାଯାଇନପାରେ 
ବୈଜ୍ଞାନିକଙ୍କ କହିବା କଥା ଏହିଭଳି ଭ୍ରମାତ୍ମକ ତଥ୍ୟରୁ ଆଭାସ ମିଳୁଛି ବିଶ୍ୱ ତାପମାତ୍ରା ବୃଦ୍ଧି ବାସ୍ତବିକ ଭାବେ ନାହିଁ, କିନ୍ତୁ ତାପମାତ୍ରା ବୃଦ୍ଧିର ପ୍ରଭାବ ନେଇ ପର୍ଯ୍ୟାପ୍ତ ପ୍ରମାଣ ନାହିଁ । କୋଲଙ୍କ କହିବାନୁସାରେ, ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ଯେ, ଆର୍କାଟିକରେ ବରଫ ଓ ଗ୍ଲାସିୟର ତରଳିବାରେ ଲାଗିଛି । ମହାସାଗର ଶୀଘ୍ର ଗରମ ହେବାରେ ଲାଗିଛି ।

ସେପଟେ ଅଲମାଇଜୁର କହିଛନ୍ତି, ଏହିଭଳି ରିପୋର୍ଟ ନୀତି ନିର୍ମାଣରେ କୌଣସି ପ୍ରଭାବ ପଡିବ ନାହିଁ । ତେବେ କିଛି ଜଣଙ୍କ ମନରେ ଏହା ଭ୍ରମସୃଷ୍ଟି କରିପାରେ । ସେ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଆଇପିସିସି ଏବଂ ୟୁଏନଏଫସିସିସି ମିଳିତ ଭାବେ ବୈଜ୍ଞାନିକ ଏବଂ ନୀତି ନିର୍ମାତା ଗତ ୩ ଦଶକରୁ କାମ କରୁଛନ୍ତି । କେଉଁ ଭଳି ଜଳବାୟୁ ପରିବର୍ତ୍ତନ ଦୂର କରାଯାଇପାରିବ ସେ ଉପରେ ସମସ୍ତେ କାମ କରିଚାଲିଛନ୍ତି । ତେଣୁ ରିପୋର୍ଟ ଯେଉଁ ତଥ୍ୟ ରହିଛି ଆର୍କାଟିକରେ ବରଫ ବଢୁଛି ଏବଂ ଜଳବାୟୁ ପରିବର୍ତ୍ତନର କୌଣସି ବାସ୍ତବିକତା ନାହିଁ ତାହ ପୂରା ଭ୍ରମାତ୍ମକ ।