ଜାତିସଂଘ ମହାସଚିବ ପଦ ପାଇଁ ପ୍ରାର୍ଥୀ ହେବେ ଭାରତୀୟ ମହିଳା । ୭୦ ବର୍ଷ ପରେ ଜାତିସଂଘର ମହିଳା ମହାସଚିବ ହୋଇପାରନ୍ତି ଆକାଂକ୍ଷା

159

କନକ ବ୍ୟୁରୋ : ଭାରତୀୟ ବଂଶୋଦ୍ଭବ ଆକାଂକ୍ଷା ଆରୋରା ଜାତିସଂଘର ମହାସଚିବ ପଦ ପାଇଁ ପ୍ରାର୍ଥୀପତ୍ର ଘୋଷଣା କରିଛନ୍ତି । ଜାତିସଂଘର ରାଷ୍ଟ୍ରବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ରେ ଆକାଂକ୍ଷା ଏବେ କୋଅର୍ଡିନେଟର ଭାବେ କାମ କରୁଛନ୍ତି । ଜାତିସଂଘରେ ବର୍ତ୍ତମାନ ମହାସଚିବ ଥିବା ଆଣ୍ଟୋନିଓ ଗୁଟେରେସ୍ ଙ୍କ ବିପକ୍ଷରେ ସେ ତାଙ୍କର ପ୍ରାର୍ଥିତ୍ୱ ଘୋଷଣା କରିବାରେ ଆକାଂକ୍ଷା ହେଉଛନ୍ତି ପ୍ରଥମ ମହିଳା । ପ୍ରାର୍ଥୀତ୍ୱ ଘୋଷଣା ପରେ ସେ ନିଜ ପାଇଁ ପ୍ରଚାର ବି ଆରମ୍ଭ କରିଦେଇଛନ୍ତି ।

କହିରଖୁ କି ବିଗତ ୭୫ ବର୍ଷ ମଧ୍ୟରେ ଜାତିସଂଘରେ କୌଣସି ମହିଳା ମହାସଚିବ ହୋଇ ନାହାନ୍ତି । ବର୍ତ୍ତମାନ ଜାତିସଂଘରେ ମହାସଚିବ ଥିବା ଆଣ୍ଟୋନିଓ ଗୁଟେରେସ୍ ଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଡିସେମ୍ବର ମାସ ୩୧ ତାରିଖରେ ଶେଷ ହେବାକୁ ଯାଉଛି । ହେଲେ ସେ ଆଗାମୀ ୫ ବର୍ଷ ପୁଣି ଏହି ପଦବୀରେ ରହିବାକୁ ଆଶା ପ୍ରକାଶ କରିଛନ୍ତି ।

ପ୍ରାର୍ଥିତ୍ୱ ଘୋଷଣା କରିବା ପରେ ଆକାଂକ୍ଷା ଅଢେଇ ମିନିଟର ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ କହୁଛନ୍ତି କି ମୋ କାର୍ଯ୍ୟାଳୟର ଲୋକମାନେ ଅଭିଯୋଗ କରୁଥିବା ଲୋକମାନଙ୍କ ବିରୋଧରେ ଠିଆ ହେବାକୁ ଆଶା କରୁନାହିଁ । ଏହା ସହ ସେ କହିଛନ୍ତି କି ମୋ ପୂର୍ବରୁ ଏହି ପଦରେ ଯେଉଁମାନେ ବସିଛନ୍ତି ସେମାନଙ୍କ ସଂଯୁକ୍ତ ରାଷ୍ଟ୍ରକୁ ଜବାବ୍ ଦେବାକୁ ପ୍ରସ୍ତୁତ ନୁହନ୍ତି । ଏହି କାରଣରୁ ମୁଁ ଏହି ପଦ ପାଇଁ ନିଜର ପ୍ରାର୍ଥିିତ୍ୱ ଘୋଷଣା କରିଛି ।

ଆକାଂକ୍ଷାଙ୍କ ପ୍ରାର୍ଥୀତ୍ୱ ନେଇ ଜାତିସଂଘ ମହାସଭାର ଅଧ୍ୟକ୍ଷ ବୈଲ୍କନ ବେଜକିରଙ୍କୁ ପ୍ରବକ୍ତା ବ୍ରେଡନ୍ ବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ପଚାରିଥିଲେ କି ଆକାଂକ୍ଷା ତାଙ୍କ ପ୍ରାର୍ଥୀତ୍ୱ ନେଇ ଅଧ୍ୟକ୍ଷଙ୍କୁ କୌଣସି ଔପଚାରିକ ସୂଚନା ଦେଇଛନ୍ତି କି ? ଯାହାର ଉତରରେ ବୈକ୍ଲିନ କହିଥିଲେ କି ଏନେଇ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ କୌଣସି ସୂଚନା ଦିଆଯାଇ ନାହିଁ ।