ହୁ ହୁ ହୋଇ ବଢୁଛି ତେଲ ଦର । ଦିଲ୍ଲୀ ଓ ମୁମ୍ବାଇଠୁ ବଳିଗଲା ଓଡିଶା, ୯୪ ଟଙ୍କା ଟପିଲା ପେଟ୍ରୋଲ ଦର… ଡିଜେଲ ଲିଟରକୁ ୯୧ ଟଙ୍କା ୩୯ ପଇସା

1,643
କନକ ବ୍ୟୁରୋ : ତେଲ ଦର ହୁ ହୁ ହୋଇ ବଢିଚାଲିଛି । ଦେଶର ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ଠାରୁ ମଧ୍ୟ ଓଡିଶାରେ ଲିଟର ପିଛା ତେଲ ଦର ବଢିଯାଇଛି । ସ୍ଥିତି ଏମିତି ହୋଇଛି, ଯେ ତେଲ ଦର ଉପରେ ରୋକ ନଲାଗିଲେ କମ ଦିନ ଭିତରେ ଶହେ ଟଙ୍କା ଛୁଇଁପାରେ ।
ଅନ୍ୟପଟେ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୮ ଟଙ୍କା ୭୩ ପଇସା ଓ ଡିଜେଲ ୭୯ ଟଙ୍କା ୦୬ ପଇସା ରହିଛି । ହେଲେ ଓଡିଶାର ମାଲକାନଗିରିରେ ସବୁଠୁ ଚଢା ଦର ରହିଛି । ମାଲକାନଗିରର କାଲିମେଳାରେ ପେଟ୍ରୋଲ ୯୪ ଟଙ୍କା ୯୧ ପଇସା ଓ ଡିଜେଲ ୯୧ ଟଙ୍କା ୩୯ ପଇସାରେ ବିକ୍ରି ହେଉଛି । ସେହିପରି ମାଲକାନଗିରି ସଦରମହକୁମାରେ ୯୪ ଟଙ୍କା ୬ ପଇସା ଓ ଡିଜେଲ ରହିଛି ୯୦ ଟଙ୍କା ୬୪ ପଇସା । ନବରଙ୍ଗପୁରରେ ପେଟ୍ରୋଲ ୯୩ ଟଙ୍କା ୫୧ ପଇସା ଓ ଡିଜେଲ ୯୦ ଟଙ୍କା ୧୦ ପଇସା ରହିଛି । ଜୟପୁରରେ ପେଟ୍ରୋଲ ଲିଟରକୁ ୯୩ ଟଙ୍କା ୨୮ ପଇସା ଓ ଡିଜେଲ ୮୯ ଟଙ୍କା ୮୮ ପଇସାରେ ଆଜି ବିକ୍ରି ହେଉଛି । ସେହିପରି ବ୍ରହ୍ମପୁରରେ ୯୦ ଟଙ୍କା ୬୬ ପଇସା ଦରରେ ପେଟ୍ରୋଲ ବିକ୍ରି ହେଉଥିବା ଡିଜେଲ ଲିଟରକୁ ୮୭ ଟଙ୍କା ୩୩ ପଇସା ଦେଇ କିଣୁଛନ୍ତି ଲୋକେ । ସୁନ୍ଦରଗଡରେ ପେଟ୍ରୋଲ ୮୯ ଟଙ୍କା ୫୧ ପଇସା ଓ ଡିଜେଲ ୮୬ ଟଙ୍କା ୨୫ ପଇସା । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ୮୯ ଟଙ୍କା ୪୩ ପଇସା, ଡିଜେଲ ଲିଟରକୁ ୮୬ ଟଙ୍କା ୧୫ ପଇସା ଦରରେ ପେଟ୍ରୋଲ ପମ୍ପରେ ବିକ୍ରି ହେଉଛି । କଟକରେ ପେଟ୍ରୋଲ ଦର ୮୯ ଟଙ୍କା ୪୩ ପଇସା ଓ ଡିଜେଲ ଲିଟରକୁ ୮୬ ଟଙ୍କା ୮ ପଇସା ରହିଛି ।