ଓଡିଶା ସୀମାରେ ପଶି ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ । କେନ୍ଦ୍ରମନ୍ତ୍ରୀ କହିଲେ, ସୀମାନ୍ତର ଭାଇ,ଭଉଣୀମାନଙ୍କୁ ଓଡିଶା ସହ ଯୋଡି ରଖିବା ଆମର ଦାୟିତ୍ୱ ।

81

କନକ ବ୍ୟୁରୋ: ଆନ୍ଧ୍ର ବିରୋଧରେ ଏକାଠି ଲଢ଼ିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ । କୋଟିଆରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ପରେ ଆନ୍ଧ୍ର ଓଡିଶା ସୀମା ବିବାଦକୁ ନେଇ ଟୁଇଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ କରି ସେ ଲେଖିଛନ୍ତି, ସରକାର ଆଇନଗତ ପଦକ୍ଷେପ ନେଇଛନ୍ତି । ଏହାକୁ ନିର୍ଣ୍ଣାୟକ ସ୍ଥିତି ପର୍ଯ୍ୟନ୍ତ ନେବେ ବୋଲି ଆଶାପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏପରିକି ଏଥିସହ ସ୍ଥାନୀୟ ପ୍ରଶାସନ ସୀମାନ୍ତ ଗ୍ରାମ ଗୁଡିକର ବିକାଶ ଓ ବିଭିନ୍ନ ସରକାରୀ ସେବାକୁ ଗୁରୁତର ସହ ମଜବୁତ୍ କରିବା ମଧ୍ୟ ଜରୁରୀ । ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ବ୍ୟକ୍ତିବିଶେଷଙ୍କର ମାତୃଭୂମୀ ପାଇଁ ସୀମା ଓ ସୀମାନ୍ତ ଜନତାଙ୍କୁ ବାନ୍ଧି ରଖିବା ପାଇଁ ମିଳିତ ଉଦ୍ୟମ ନିଶ୍ଚିତ ସହାୟକ ହେବ ବୋଲି ସେ ଟୁଇଟ କରିଛନ୍ତି ।