ପ୍ରତିବର୍ଷ ବିଶ୍ୱରେ ନଷ୍ଟ ହେଉଛି ୮୪ ଲକ୍ଷ କୋଟି ଟଙ୍କାର ଖାଦ୍ୟ । ପଛରେ ପଡିନାହିଁ ଭାରତ, ଭୋକରେ ରହୁଛନ୍ତି ୮୦ କୋଟିରୁ ଅଧିକ ଲୋକ

96

କନକ ବ୍ୟୁରୋ : ଯୁକ୍ତ ରାଷ୍ଟ୍ରର ଏକ ନୂଆ ରିପୋର୍ଟର ତଥ୍ୟ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ବାର୍ଷିକ ହାରାହାରି ୭୯ କିଲୋ ଖାଦ୍ୟ ନଷ୍ଟ କରିଥାନ୍ତି । ସେ ହିସାବରେ ଦେଖିବାକୁ ଗଲେ ପୁରା ଦୁନିଆରେ ବାର୍ଷିକ ପ୍ରାୟ ଏକ ଆରବ ଟନ୍ ଖାଦ୍ୟ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହେଉଛି । ଏହାଠୁ ଅଧିକ ଦୁର୍ଭାଗ୍ୟଜନକ ବିଷୟ ହେଉଛି କି ୮୦ କୋଟିରୁ ଅଧିକ ଲୋକ ଆଜି ମଧ୍ୟ ଭୋକିଲା ପେଟରେ ଶୋଇବାକୁ ବାଧ୍ୟ ହେଉଛନ୍ତି ।

ଜନସଂଖ୍ୟାର କିଛି ଭାଗ ମନ ଇଚ୍ଛା ଖାଦ୍ୟ ନଷ୍ଟ କରୁଥିବା ବେଳେ ଏକ ବଡ ଅଂଶ ଗୋଟିଏ ଓଳି ମଧ୍ୟ ପେଟ ପୁରା ଖାଇବାକୁ ନ ପାଇବା ନିହାତି ଚିନ୍ତାର ବିଷୟ । ଏହା ଯୁକ୍ତ ରାଷ୍ଟ୍ର ଆମେରିକାର ଫୁଡ୍ ୱେଷ୍ଟ ଇଣ୍ଡେକ୍ସ୍ ୨୦୨୪ର ବାର୍ଷିକ ତଥ୍ୟ । ୨୦୨୨ର ବାର୍ଷିକ ରିପୋର୍ଟ ଅନୁସାରେ ୧.୦୫ ଆରବ ଟନ୍ ଖାଦ୍ୟ ନଷ୍ଟ ହୋଇଥିଲା ।

ତେବେ ରିପୋର୍ଟରେ ଆହୁରି ଅନେକ ତଥ୍ୟ ରହିଛି । କେବଳ ଧନୀକ ରାଷ୍ଟ୍ର କିମ୍ବା ଧନୀକ ଗୋଷ୍ଠୀ ନୁହେଁ ବିକାଶୋନ୍ମୁଖୀ ଛୋଟ ଓ ଗରିବ ଦେଶ ଗୁଡିକରେ ମଧ୍ୟ ଅନେକ ପରିମାଣର ଖାଦ୍ୟ ନଷ୍ଟ କରାଯାଉଛି । ପୋଷା ଜୀବଯନ୍ତୁଙ୍କୁ ବଳକା ଖାଦ୍ୟ ଦେଇ ଦେବା ହେତୁ ସହର ତୁଳନାରେ ଗ୍ରାମାଂଚଳରେ ଖାଦ୍ୟ ନଷ୍ଟ ଟିକିଏ କମ ହେଉଛି ।

୬୩.୧ କୋଟିର ପରିବାରରେ ରନ୍ଧା ଖାଦ୍ୟ ନଷ୍ଟ ହେଉଥିବା ବେଳେ ଫୁଡ ସର୍ଭିସ୍ କ୍ଷେତ୍ରରେ ୨୯ କୋଟି ଓ ରିଟେଲ ସେକ୍ଟରରେ ୧୩ କୋଟିର ଖାଦ୍ୟ ନଷ୍ଟ ହୋଇଛି । ପ୍ରାୟ ୮୦ କୋଟି ଲୋକ ଭୋକରେ ଦିନ କାଟୁଥିବା ବେଳେ ପ୍ରାୟ ଏକ ତୃତୀୟାଂଶ ଲୋକ ଖାଦ୍ୟ ସଂକଟ ଦେଇ ଗତି କରୁଛନ୍ତି ।

କାରଣ ଗରମ ଦେଶରେ ଥଣ୍ଡା ଦେଶ ତୁଳନାରେ ଅଧିକ ଖାଦ୍ୟ ନଷ୍ଟ ହୋଇଥାଏ । ସବୁଜ ଗୃହରୁ ନିର୍ଗତ ବିଷାକ୍ତ ଗ୍ୟାସ ସବୁ ଏସବୁ ପାଇଁ ପ୍ରମୁଖ ଭାବେ ଦାୟୀ । ବଢୁଥିବା ଗରମ ଜଳବାୟୁ କାରଣରୁ ଖାଦ୍ୟକୁ ଅଧିକ ସମୟ ଭଲ ର୍ଖିବା ସମ୍ଭବ ହେଉନାହିଁ ।

ଭାରତୀୟ ମାନେ ମଧ୍ୟ ଖାଦ୍ୟ ନଷ୍ଟ ମାମଲାରେ କିଛି ପଛରେ ନାହାନ୍ତି । ପରିବାରରୁ ପ୍ରାୟ ୫୫ କିଲୋ ହିସାବରେ ବାର୍ଷିକ ୭.୮୧ କୋଟିର ଖାଦ୍ୟ ନଷ୍ଟ କରୁଛନ୍ତି ଭାରତୀୟ । ଭାରତର ପଡ଼ୋଶୀ ରାଜ୍ୟ ମାନଙ୍କ ମଧ୍ୟରେ ଚୀନ ସବୁ ଠାରୁ ଅଧିକ ଖାଦ୍ୟ ନଷ୍ଟ କରୁଥିବା ବେଳେ ଏହା ପଛକୁ ପାକିସ୍ତାନ ଓ ବାଂଲାଦେଶ ରହିଛି ।