ରାଜ୍ୟରେ ତାତି ଉପରମୁହାଁ । ୫ ସ୍ଥାନରେ ୩୯ ଡିଗ୍ରୀ ଟିପିଲା ତାପମାତ୍ର । ୨ ଦିନ ମଧ୍ୟରେ ୪୦ଡିଗ୍ରୀ ଛୁଇଁବା ଆଶଙ୍କା

238

କନକ ବ୍ୟୁରୋ : ରାଜ୍ୟରେ ଉପରମୁହାଁ ତାତି । ୫ଟି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ୩୯ ଦଶମିକ ୮ ଡିଗ୍ରୀ ତାପମାତ୍ରା ସହ ପାରଳାଖେମୁଣ୍ଡି ଆଜି ରାଜ୍ୟର ସବୁଠାରୁ ଉତପ୍ତ ସହର ହୋଇଛି । ସେହିପରି ବୌଦ୍ଧ ଦ୍ୱିତୀୟ ଉତପ୍ତ ସହର ଭାବେ ୩୯ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଛି । ଟିଟିଲାଗଡ଼ରେ ୩୯ ଦଶମିକ ୨ ଡିଗ୍ରୀ, ନୟାଗଡ଼ ୩୯ ଦଶମିକ ୨ ଡିଗ୍ରୀ ଏବଂ ଭବାନୀପାଟଣାର ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ୧୦ରୁ ଅଧିକ ସହରରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି । ତେବେ ଆଜି ଭୁବନେଶ୍ୱରର ତାପମାତ୍ରା ୩୭ ଦଶମିକ ୩ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ଥିବା ଆଂଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।

ପାରଳାଖେମୁଣ୍ଡି- ୩୯.୮ ଡିଗ୍ରୀ
ବୌଦ୍ଧ- ୩୯.୫ ଡିଗ୍ରୀ
ଟିଟିଲାଗଡ଼- ୩୯.୨ ଡିଗ୍ରୀ
ନୟାଗଡ଼- ୩୯.୨ ଡିଗ୍ରୀ
ଭବାନୀପାଟଣା- ୩୯ ଡିଗ୍ରୀ
ଫୁଲବାଣୀ- ୩୮.୯ ଡିଗ୍ରୀ
ତାଳଚେର- ୩୮.୬ ଡିଗ୍ରୀ
ରାୟଗଡ଼ା- ୩୮.୬ ଡିଗ୍ରୀ
କଟକ- ୩୮.୪ ଡିଗ୍ରୀ
ଝାରସୁଗୁଡ଼ା- ୩୮.୩ ଡିଗ୍ରୀ
ମାଲକାନଗିରି- ୩୮.୨ ଡିଗ୍ରୀ
ଚାନ୍ଦବାଲି- ୩୮.୨ ଡିଗ୍ରୀ
ଅନୁଗୁଳ- ୩୮.୧ ଡିଗ୍ରୀ
ଭୁବନେଶ୍ୱର- ୩୭.୩