ରୁଷିଆ ଅଧିନରୁ କ୍ରିମିଆକୁ ଛଡାଇବା ପାଇଁ ୟୁକ୍ରେନର ପ୍ରସ୍ତୁତି: ଆମେରିକା ସହଯୋଗରେ କ୍ରିମିଆ ଦଖଲ କରିବାକୁ ରାଷ୍ଟ୍ରପତି ଜେଲେନସ୍କିଙ୍କ ଯୋଜନା

186

କନକ ବ୍ୟୁରୋ: ପଛଘୁଂଚା ଦେଉନି ଋଷ । ହାର୍ ମାନୁନି ୟୁକ୍ରେନ । ପାଖାପାଖି ୧୧ ମାସ ହେଲା ଜାରି ରହିଛି ଯୁଦ୍ଧ । ଗୋଳା ବାରୁଦର ବିଭୀଷିକାରେ ଧୂଳିସାତ ହେଇ ଚାଲିଛି ସହର ବଜାର ରାସ୍ତା ଘାଟ ଜନବସତି । ପ୍ରତିଟି ସ୍ଥାନରେ ପାଦେ ପାଦେ ଭରି ରହିଛି ଜୀବନ ପ୍ରତି ବିପଦ । ନା ଥମୁଛି ଯୁଦ୍ଧ, ନା କମୁଛି ଯୁଦ୍ଧ ବିନାଶର ଭୟଙ୍କର ବାତାବରଣ । ଏବେ ଯୁଦ୍ଧକୁ ଆହୁରି ଅଧିକ ଭୟଙ୍କର କରିବାକୁ, ବିନାଶକାରୀ କରିବାକୁ ନିଆଁରେ ଘିଅ ଢାଳିବା କାମ କରିଛି ବିଶ୍ୱ ମହାଶକ୍ତି ଆମେରିକା । ଋଷ ୟୁକ୍ରେନ ଯୁଦ୍ଧ ଭିତରେ ଋଷ ଉପରେ ପ୍ରତିଆକ୍ରମଣ କରିବାକୁ ସଜବାଜ ଚାଲିଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ବାଇଡେନଙ୍କ ପୂର୍ଣ୍ଣ ସହଯୋଗ । ଖୋଲାଖୋଲି ଭାବରେ କ୍ରିମିଆ ଦଖଲ କରିବା ପାଇଁ ଆଉ ଏକ ନୂଆ ପ୍ଲାନ ।

ୟୁକ୍ରେନ୍ ଟାର୍ଗେଟରେ କ୍ରିମିଆ
– କ୍ରିମିଆକୁ ଫେରାଇ ଆଣିବାକୁ ୟୁକ୍ରେନର ଉଦ୍ୟମ
– ଆମେରିକା ଠାରୁ ଅତିରିକ୍ତ ସହାୟତା ମାଗିଥିଲେ ଜେଲେନ୍ସ୍କି
– କ୍ରିମିଆ ପାଇଁ ବାଇଡେନ୍ଙ୍କ ଗ୍ରୀନ୍ ସିଗ୍ନାଲ
– ୨୦୧୪ରୁ ୟୁକ୍ରେନର କ୍ରିମିଆକୁ କବ୍ଜା କରିଥିଲା ରୁଷ
– ସେବେଠାରୁ କ୍ରେମନିଲ୍ ଅଧିନରେ ରହିଛି ୟୁକ୍ରେନର କ୍ରିମିଆ
– କ୍ରିମିଆ ପରେ ପୂର୍ବ ୟୁକ୍ରେନକୁ ଦଖଲ କରିବାକୁ ଚାଲିଛି ଯୁଦ୍ଧ
– କ୍ରିମିଆକୁ ସ୍ୱାଧିନ କରିବାକୁ ଜେଲେନ୍ସ୍କିଙ୍କ ଉଦ୍ୟମ
– ୟୁକ୍ରେନକୁ ସହଯୋଗ କରିବ ଆମେରିକା
– ଡୋନେସ୍କ, ଲୁହାନସ୍କ ଭଳି ଅଂଚଳକୁ ଦଖଲ ପାଇଁ ପୁଟିନ୍ଙ୍କ ପ୍ଲାନ

କ୍ରିମିଆ ପାଇଁ ହେବ ଲଢ଼େଇ
– ରୁଷିଆ ଅଧିନରେ ୟୁକ୍ରେନର କ୍ରିମିଆ
– ୮ ବର୍ଷ ଧରି କ୍ରିମିଆକୁ ନିଜର କହୁଛି ରୁଷ
– କ୍ରିମିଆ, ରୁଷିଆ ସେନାର ପେଣ୍ଠିସ୍ଥଳ
– କ୍ରିମିଆ ଦେଇ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଓ ସେନା ପଠାଏ କ୍ରେମଲିନ୍
– କ୍ରିମିଆରେ ରହି ୟୁକ୍ରେନରେ ସୈନ୍ୟ ଅଭିଯାନ କରେ ରୁଷ
– କ୍ରିମିଆରେ ରୁଷର ଗୋଳା ବାରୁଦ ସୈନ୍ୟ ସରଞ୍ଜାମ, ଅସ୍ତ୍ରଶସ୍ତ୍ର ମହଜୁଦ
– କ୍ରିମିଆକୁ ଦଖଲ କଲେ ଦୁର୍ବଳ ହୋଇଯିବ ପୁଟିନ ବାହିନୀ
– ପୁନଃର୍ଦଖଲ କରିବାକୁ ୟୁକ୍ରେନକୁ ସହଯୋଗ କରୁଛି ଆମେରିକା
– ଋଷ ଅଧିକୃତ କ୍ରିମିଆକୁ ଦଖଲ ପାଇଁ ସହଯୋଗ କରିବେ ବାଇଡେନ
– ସୈନ୍ୟ ସହଯୋଗ ସହ ପଠାଇବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

ୟୁକ୍ରେନକୁ ବଳ ଯୋଗାଇବ ଆମେରିକା
– କ୍ରିମିଆକୁ ଦଖଲ ପାଇଁ ଆମେରିକାର ସହଯୋଗ
– ସୈନ୍ୟ ସହଯୋଗ ସହ ପଠାଇବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର
– ଗୋଳା ବାରୁଦ ସୈନ୍ୟ ସରଞାମ, ଅସ୍ତ୍ରଶସ୍ତ୍ର
– ଆମେରିକା ପକ୍ଷରୁ ଘାତକ ମାରଣାସ୍ତ୍ର ଆଣିବ ୟୁକ୍ରେନ
– ୟୁକ୍ରେନକୁ ସହଯୋଗ ପାଇଁ ରାଷ୍ଟ୍ରପତି ବାଇଡେନ୍ଙ୍କ ପ୍ରତିଶ୍ରୁତି
– ହିମାରସ୍ ଓ ଏମଏଲ୍ଆର୍ଏସ ଭଳି ଘାତକ ମାରଣାସ୍ତ୍ର ଦେବ
– ହିମାରସ୍ – ହାଇ ମୋବିଲିଟି ଆର୍ଟିଲାରୀ ରକେଟ୍ ସିଷ୍ଟମ
– ଥରକେ ୬ଟି ମିସାଇଲ ଉତ୍କ୍ଷେପଣ କରେ ହିମାରସ୍
– କ୍ରିମିଆ ଦଖଲ ପାଇଁ ଅତ୍ୟାଅଧୁନିକ ଡ୍ରୋନ୍ ଦେବ ଆମେରିକା

ରୁଷିଆ ଅଧିନରେ କ୍ରିମିଆ
– ୮ ବର୍ଷ ଧରି ରୁଷିଆ ଅଧିନରେ କ୍ରିମିଆ
– ୨୦୧୪ରେ କ୍ରିମିଆକୁ ଦଖଲ କରିଥିଲା ରୁଷ
– ସ୍ୱତନ୍ତ୍ର ସୈନ୍ୟ ଅଭିଯାନ କରି କ୍ରିମିଆକୁ କରିଥିଲା କବ୍ଜା
– କ୍ରିମିଆ ଦଖଲ ପାଇଁ ସ୍ଥାନୀୟ ଲୋକଙ୍କ ମିଳିଥିଲା ସହଯୋଗ
– କ୍ରିମିଆ ସ୍ଥାନୀୟ ଲୋକ ରୁଷିଆର ମୂଳ ବାସିନ୍ଦା
– ରୁଷିଆର ମୁଖ୍ୟ ସମର୍ଥକ କ୍ରିମିଆ ବାସିନ୍ଦା
– ୧୯୯୦ ମସିହା ପୂର୍ବରୁ ସୋଭିଏତ ସଂଘର ଅଂଶ ଥିଲା ୟୁକ୍ରେନ
– ସୋଭିଏତ ସଂଘ ଭାଙ୍ଗିବା ପରେ ୟୁକ୍ରେନ ସ୍ୱାଧିନ ଦେଶ ହେଲା
– ଆଉ ୟୁକ୍ରେନରେ ରହିଗଲେ ଅନେକ ରୁଷିଆ ନାଗରୀକ
– ୟୁକ୍ରେନରେ ସରକାର ଗଠନ ବି ହେଉଥିଲା ପୁଟିନ୍ଙ୍କ ନିର୍ଦ୍ଦେଶରେ
– ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମଂଜୁର ନଥିଲା ପୁଟିନ୍ଙ୍କ ଦଖଲ
– ପାଶ୍ଚାତ୍ୟ ଶକ୍ତି ସହ ଯୋଡି ହେବାକୁ ଚାହୁଁଛନ୍ତି ଜେଲେନସ୍କି
– ଯାହାକୁ ବିରୋଧ କରୁଛି କ୍ରେମଲିନ

ବର୍ତମାନ ୟୁକ୍ରେନ ଉପରେ ସେନା ଆଧିପତ୍ୟ ଜାହିର କରି ଆଉ କିଛି ଅଂଚଳକୁ ଦଖଲ କରିବା ପାଇଁ ଚେଷ୍ଟା ଜାରି ରଖିଛି ଋଷ । ୟୁକ୍ରେନ ଯୁଦ୍ଧରେ ଋଷ ଅଧିକୃତ କ୍ରିମିଆ ପ୍ରଦେଶ ହିଁ ଋଷ ପାଇଁ ବିରାଟ ସୈନ୍ୟ ଆଡ୍ଡା ପାଲଟିଛି । ୟୁକ୍ରେନ ମାଟିରେ ରହି ୟୁକ୍ରେନ ଉପରେ ବିଭିନ୍ନ ପ୍ରକାର ସୈନ୍ୟ ଅଭିଯାନ କରିବାକୁ ଋଷ ସକ୍ଷମ ହେଉଛି । ଏହି ପ୍ରଦେଶରେ ଋଷର ସେନା ବାହିନୀ ସମେତ ଗୋଳା ବାରୁଦ ସୈନ୍ୟ ସରଞାମ, ଅସ୍ତ୍ରଶସ୍ତ୍ର ସବୁକିଛି ମହଜୁଦ୍ ରଖୁଛି ଋଷ । ବର୍ତମାନ ଏହି ପ୍ରଦେଶ ଉପରେ ୟୁକ୍ରେନ ପୁନର୍ବାର ଆକ୍ରମଣ କରୁ ବୋଲି ଜେଲେନସ୍କିଙ୍କୁ ବଳ ଯୋଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଋଷ ଅଧିକୃତ କ୍ରିମିଆ ପ୍ରଦେଶ ଉପରେ ଆକ୍ରମଣ କରିବା ପାଇଁ ଆମେରିକା ନିକଟରୁ ସୈନ୍ୟ ସହଯୋଗ ଚାହିଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି । ଏଥିପାଇଁ ଅନୁମତି ଦେଇ ସାରିଛି ଆମେରିକା । ଖାଲି ସୈନ୍ୟ ସହଯୋଗ ନୁହେଁ ବରଂ ୟୁକ୍ରେନ ନିଜ ଦେଶର ବେଦଖଲ ଥିବା ଅଂଚଳ କ୍ରିମିଆ ଉପରେ ପୁଣି ଥରେ ଦଖଲ ପାଇବା ପାଇଁ ଆମେରିକା ପକ୍ଷରୁ ଘାତକ ମାରଣାସ୍ତ୍ର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏହି ମାରାତ୍ମକ ଯୁଦ୍ଧାସ୍ତ୍ର ଭିତରେ ରହିଛି ହିମାରସ୍ ଓ ଏମଏଲ୍ଆର୍ଏସ ଭଳି ଘାତକ ଆକ୍ରମଣକାରୀ ମାରଣାସ୍ତ୍ର । ହିମାରସ୍ ଯୁଦ୍ଧ୍ଧ୍ସ ଗୋଟିଏ ହାଇ ମୋବିୁଲିଟି ଆର୍ଟିଲାରୀ ରକେଟ୍ ସିଷ୍ଟମ ଅଟେ । ଯେଉଁଥିରୁ ଏକାଥରକେ ୬ଟି ଗାଇଡେଡ୍ ମିସାଇଲ ଲଂଚ କରାଯାଇ ପାରିବ । ଏହା ପୂର୍ବରୁ କେବଳ କିଛି ଡ୍ରୋନ ସହାୟତାରେ କ୍ରିମିଆ ଉପରେ ଆକ୍ରମଣ କରୁଥିଲା ୟୁକ୍ରେନ । ଯାହା ଋଷ ସେନା ଉପରେ ବିଶେଷ ପ୍ରଭାବି ହେଉ ନଥିଲା ।